ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପେନସନ ଅର୍ଥ ଦାନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ର ସମୟୋପେଯାଗୀ ମୁକାବିଲାକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପେନସନ ଅର୍ଥରୁ ୫ହଜାର ଏକଟଙ୍କା ପ୍ରଦାନ କରିଛନ୍ତି ପୂର୍ବତନ କେନ୍ଦ୍ରାପଡା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ ଓ ତାଙ୍କ ପତ୍ନୀ ପ୍ରମୋଦା କୁମାରୀ ଖଣ୍ଡୁଆଳ । କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଲକଡାଉନ ଜାରି ରହିଥିବାରୁ ସେ ଏହି ଅର୍ଥକୁ ଏକ ଚେକ ମାଧ୍ୟମରେ ପୈାରସଂସ୍ଥାର କର୍ମଚାରୀ ମାନସ କୁମାର ମହାନ୍ତିଙ୍କ ଦ୍ୱାରା ପଠେଇଥିଲେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ । ପୈାରସଂସ୍ଥା କର୍ମଚାରୀ ଶ୍ରୀ ମହାନ୍ତି ସେହି ଚେକଟି ଆଜି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ପ୍ରଦାନ କରିଛନ୍ତି ।