ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍ : ୧.୪୪ କୋଟିରେ ହେଲା ନିଲାମ
ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍ ମଧ୍ୟରେ ଶୁମାର ହର୍ମିସ ବିର୍କିନର ଏକ ହ୍ୟାଣ୍ଡବ୍ୟାଗ୍ ସ୍ଥାନ ପାଇଛି । ଯାହା ୧.୪୪ କୋଟି ଟଙ୍କାରେ ନିଲାମ ହୋଇଛି । ଏହି ବ୍ୟାଗ୍ର ନାଁ “ଦ ୨୦୧୫ ହିମାଳୟ ନିଲୋଟିକ୍ସ କ୍ରୋକୋଡାଇଲ୍ ବିର୍କିନ ୩୫’ ଦିଆଯାଇଛି । ଏହାର ମୂଲ୍ୟ ୮୮ ହଜାର ୭୯୩ରୁ ୧୧ ଲକ୍ଷ ୧୪ ହଜାର ୧୬୨ ଡଲାର ଯାହା ଭାରତୀୟ ମୁଦ୍ରାରେ ୧.୪୪ କୋଟି । ଲଣ୍ଡନର କ୍ରିଷ୍ଟି ଏହି ନିଲାମ ଡାକିଛନ୍ତି । ଏହି ମହଙ୍ଗା ହ୍ୟାଣ୍ଡବ୍ୟାଗ୍ର ରେକର୍ଡ ଏହାର କମ୍ପାନୀ ନାମରେ ଯାଉଛି । ସେହିପରି ୨୦୧୮ରେ “ଦ ମିଟ୍ ହିମାଳୟ ନିଲୋଟିକ୍ସ କ୍ରୋକୋଡାଇଲ ବିର୍କିନ ୩୫’ ନାମକ ଏକ ହ୍ୟାଣ୍ଡବ୍ୟାଗ୍ ୩ ଲକ୍ଷ ୩୨୨ ଡଲାରରେ ନିଲାମ ହୋଇଥିଲା । ଏହି ବ୍ୟାଗ ନିଲାମ ପାଇଁ ୪୧ଟି ଦେଶର ଲୋକ ନିଲାମ ଡାକିଥିଲେ । ଏହି ହ୍ୟାଣ୍ଡବ୍ୟାଗ୍ ନାଁ ଅଭିନେତା ଏବଂ ଗାୟକ ଜେନ୍ ବିର୍କିନଙ୍କ ନାମାନୁସାରେ ରଖାଯାଇଥିଲା । ଏହା ଏମିତି ଏକ ବ୍ରାଣ୍ଡ୍ ଯାହାକୁ ହଲିଉଡ୍ର ସମସ୍ତ ସେଲିବ୍ରିଟି ଖୁବ୍ ପସନ୍ଦ କରୁଛନ୍ତି ।


