ନୂତନ କୋର୍ଟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ଭୈରବୀ ମନ୍ଦିର ସମ୍ମୁଖରେ ଗୁରୁବାର ନୂତନ କୋର୍ଟ ବିଲଡିଂ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୬.୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ମୁନିଗୁଡା ନିଜସ୍ୱ କୋର୍ଟ ବିଲଡିଂକୁ ଉଚ୍ଚ ନ୍ୟାୟାଳୟ ଓଡିଶା ମୁଖ୍ୟ ବିଚାରପତି ହରିଶ ଟାଣ୍ଡନଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର କରିଥିଲେ। ପରେ ମୁନିଗୁଡାର ବିଶିଷ୍ଟ ପୁରହିତ ଶ୍ୟାମ ସୁନ୍ଦର ଦାସଙ୍କ ପୌରାହିତ୍ୟରେ ପୂଜାର୍ଚନା କରିଥିଲେ। ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ଅଦାଲତର ରେଜିଷ୍ଟର ରାଣା ଘୋଷ, ଓ ମୁନିଗୁଡା କୋର୍ଟ ପ୍ରଥମ ଶ୍ରେଣୀ ବିଚାରପତି ସୁବୋଧ କୁମାର ସେଠୀଙ୍କ ସମେତ ମୁନିଗୁଡା କୋର୍ଟର ଏପିପି ତଥା ଭବାନୀ ଶଙ୍କର ସେନାପତି,ସୁଧୀର ଚିଚୁଆନ, ମୁନିଗୁଡା ବାର ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଗୌଡ଼,ସମ୍ପାଦକ ମନୋଜ କୁମାର ଚୌଧୁରୀ, ଉପ ସଭାପତି କେଶବ ସାହୁ,ସହ ସମ୍ପାଦକ ମନୋଜ କୁମାର ସେଠୀ, ନୋଟାରୀ ରାଧା ରମଣ ଦାସ,ଆଇନଜୀବି ଭାସ୍କର ନିଶଙ୍କ,ଅମିତ ଗୌଡ଼,ଶ୍ରୀକାନ୍ତ ପଟ୍ଟନାୟକ,ପାର୍ଥସାରଥୀ ଗୌଡ଼, ସୁଧାକର ମହାରଣା,ମନୋଜ ପାତ୍ର, ଦାମୋଦର ମହାପାତ୍ର, ମାନସ ରଞ୍ଜନ ବେହେରା,ତିରୁ୍ମୁଲା ରାଓ, ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ,ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ବଣିକ ସଙ୍ଘ ସଭାପତି ପ୍ରଦୀପ କୁମାର ପରିଛା ପ୍ରମୁଖଙ୍କ ସମେତ ଅନ୍ୟ ଆଇନଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିଥିଲେ ଥିଲେ। ମୁନିଗୁଡାର କୋର୍ଟ ବର୍ତମାନ ତହସିଲ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତମାନ ନୂତନ କୋର୍ଟ ବିଲଡିଂ କାର୍ଯ୍ୟ ଆରମ୍ଭ ହେବ ଏହି କୋର୍ଟ ନିର୍ମାଣ ହେବା ଦ୍ୱାରା ଓକିଲ, ମୁଦାଲା ସମେତ ସାଧାରଣ ନାଗରିକ ଉପକୃତ ହେବେ ବୋଲି ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ