ଧୂମପାନ ଅଭ୍ୟାସ ଛଡ଼ାଉଛନ୍ତି ବାଳିକା

୭ବର୍ଷ ବୟସରେ କିଛି ପରିବର୍ତ୍ତନ ଆଣିବା ବିଷୟରେ ଭାବିବା ଏବଂ ତାହାକୁ ସଫଳ କରିବା ପାଇଁ ଚେଷ୍ଟା କରିବା ନିହାତି ଭାବରେ ଏକ ବଡ଼ କଥା । ସେଭଳି କିଛି ଦେଖିବାକୁ ମିଳିଛି ନାସିକରେ । ଏଠାରେ ରହୁଥିବା ୭ବର୍ଷୀୟା ହୃଦୟା ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଧୂମପାନ କରିବା ଅଭ୍ୟାସ ଛଡ଼ାଇସାରିଥିବା ଜଣାପଡ଼ିଛି । ଦୋକାନ ଆଗରେ ଠିଆ ହୋଇଥିବା ଲୋକମାନଙ୍କ ପାଖକୁ ଯାଇ, ଚାରି ଦିନ ହେଲାଣି ସିଗାରେଟ ଟାଣିନାହିଁ । ୨-୩ଟି ସିଗାରେଟ ଦିଅ ବୋଲି କୁହନ୍ତି ହୃଦୟା । ଯାହାକୁ ଶୁଣିବା ପରେ ସେଠାରେ ଠିଆ ହୋଇଥିବା ଲୋକେ ସିଗାରେଟ୍ ଫିଙ୍ଗିଦିଅନ୍ତି । ଏହା ପରେ ହୃଦୟା ସେମାନଙ୍କୁ “କୁଇଟ୍ ଟବାକୋ ଅଭିଯାନ’ ନାମକ ହ୍ୱାଟସ୍ଆପ୍ ଗ୍ରୁପରେ ଯୋଡ଼ି ସିଗାରେଟ୍ ଅଭ୍ୟାସ ବନ୍ଦ କରିବା ପାଇଁ କହିଥାନ୍ତି । ଏହି ଅଭିଯାନ ଦ୍ୱାରା ୫୦ଜଣ ଲୋକ ଧୂମପାନ କରିବା ଛାଡ଼ିସାରିଛନ୍ତି ।ଏଭଳି କରିବା ପଛର କାରଣ ପଚରାଯିବାରେ ସେ କହିଛନ୍ତି ଯେ, ମୋର ଦାଦା ଧୂମପାନ କରୁଥିବାରୁ ତାଙ୍କୁ କର୍କଟ ରୋଗ ହୋଇଥିଲା । ଧୂମପାନ କରିବା ଖରାପ ବୋଲି ଜାଣି ମଧ୍ୟ ସେ ଧୂମପାନ କରୁଥିଲେ । ଏହା ପରେ ମୁଁ ବାପାଙ୍କୁ ପଚାରିଥିଲି ଯେ, ଧୂମପାନ କରିବା ଦ୍ୱାରା କର୍କଟ ରୋଗ ହୁଏ ବୋଲି ଲୋକେ ଜାଣିଛନ୍ତି କି? ମୋ ପ୍ରଶ୍ନର ଉତ୍ତର ହଁ’ରେ ଦେଇଥିଲେ ବାପା । ଧୂମପାନ କାହିଁକି ଲୋକେ କରନ୍ତି ବୋଲି ପଚାରିବା ପରେ ସେ ଜାଣିନାହିଁ ବୋଲି କହିଥିଲେ । ଏହା ପରେ ମୁଁ ଲୋକଙ୍କୁ କହିଲେ ସେମାନେ ପିଇବା ଛାଡ଼ିଦେବେ କି ବୋଲି ବାପାଙ୍କୁ ପଚାରିବା ପରେ ସେ ମୋତେ ଚେଷ୍ଟା କରି ଦେଖ ବୋଲି କହିଥିଲେ । ଯାହା ପରଠାରୁ ମୋର ଅଭିଯାନ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ହୃଦୟା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ