ସ୍କୁଟରର ମାଇଲେଜ୍ ବଢ଼ାଇବାର ଉପାୟ
ଆପଣଙ୍କ ଗିୟରଲେସ ସ୍କୁଟରର ମାଇଲେଜକୁ ନେଇ ଆପଣ ଚିନ୍ତିତ କି? ଆପଣ ଆଶା କରୁଥିବା ପିକ୍ଅପ୍ ଓ ମାଇଲେଜ ଦେଉନି ଆପଣଙ୍କ ଯାତ୍ରାର ସାଥି । ତେବେ ପଢନ୍ତୁ ଏହି ସବୁ ୪ଟି ଉପାୟ, ଯାହାକି ଆପଣଙ୍କ ସ୍କୁଟରକୁ ଠିକ୍ ମାଇଲେଜ ଦେବାରେ ସାହାଯ୍ୟ କରିବ ।
୧.ନିୟମିତ ସର୍ଭିସ
ଯଦି ଆପଣ ଠିକ୍ ସମୟରେ ଆପଣଙ୍କ ସ୍କୁଟରର ସର୍ଭିସ କରୁନଥିବେ ତେବେ ଏହାର ପ୍ରଭାବ ଇଞ୍ଜିନ୍ ଉପରେ ପଡ଼େ । ଯାହା ଦ୍ୱାରା ଅଧିକ ଇନ୍ଧନ ପୋଡ଼ିଯାଇଥାଏ । ତେଣୁ ସଠିକ ସମୟରେ ସର୍ଭିସ କରନ୍ତୁ ।
୨.ଏୟାର ଫିଲ୍ଟର ସଫା କରନ୍ତୁ ସର୍ଭିସ ସମୟରେ ଏୟାର ଫିଲ୍ଟର ସଫା ହୋଇଥାଏ । ତେବେ ଆପଣ ଚେଷ୍ଟା କରନ୍ତୁ ୫୦୦-୧୦୦୦ କିଲୋମିଟର ମଧ୍ୟରେ ଏହାର ସଫେଇ କରିବା ଆବଶ୍ୟକ । କାରଣ ଆପଣଙ୍କ ସହରରେ ଯେତେ ପ୍ରଦୂଷଣ ଅଧିକ ହୋଇଥାଏ, ଏୟାରଫିଲ୍ଟର ସେତେ ଶୀଘ୍ର ଖରାପ ହୋଇଯାଇଥାଏ ।
୩.ବେଗ ଉପରେ ଦିଅନ୍ତୁ ଗୁରୁତ୍ୱ
ଭଲ ମାଇଲେଜ ପାଇଁ ଗାଡ଼ିର ବେଗ ଉପରେ ଗୁରୁତ୍ୱ ଦିଅନ୍ତୁ । ୪୦ରୁ ୫୦ କିଲୋମିଟର ବେଗରେ ସବୁବେଳେ ଗାଡି ଚଳାଇବାକୁ ଧ୍ୟାନରଖନ୍ତୁ ।
୪.ଏକ୍ସିଲେଟରକୁ ବାରମ୍ବାର ବଢ଼ାନ୍ତୁ ନାହିଁ
ବେଳେବେଳେ ଦେଖାଯାଏ କିଛି ଲୋକ ହଠାତ ଏକ୍ସିଲେଟର ବଢ଼ାଇଦେଉଥିବାବେଳେ କମାଇଦିଅନ୍ତି । ଏହା ଆପଣଙ୍କ ଇଞ୍ଜିନ ଉପରେ ପ୍ରଭାବ ପକାଏ । ତେଣୁ ଏପରି କରନ୍ତୁ ନାହିଁ ।


