ଡୋପ୍ ଟେଷ୍ଟରେ ବିଫଳ ହେଲେ କେ ରବି କୁମାର

ଆନ୍ତର୍ଜାତୀୟ ଭାରତ୍ତୋଳନକାରୀ ଓଡିଆ ପୁଅ କେ ରବି କୁମାର ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି । ତାଙ୍କ ସହିତ ଆହୁରି ୧୮ ଜଣଙ୍କର ପଜିଟିଭ୍ ୍ ଆସିଛି । ଖେଳ ହେବା ପୂର୍ବରୁ ବ୍ୟାନ କରାଯାଇଥିବା ଓ୍ୟ÷ଷଧକୁ ଖାଇଥିଲେ । ତେବେ ଏହା ବିରୋଦ୍ଧରେ ନାଡାରେ ଦ୍ୱାରସ୍ଥ ହେବେ ବୋଲି ସୂଚନା । ଦେଇଛନ୍ତି । ନିକଟରେ ବିଶାଖାପାଟନାରେ ଅନୁଷ୍ଠିତ ୭୧ ତମ ଜାତୀୟ ସିନୟର ଭାରଉତ୍ତୋଳନ ବେଳେ ଡୋପ୍ ଟେଷ୍ଟ କରାଯାଇଥିଲା । ଏଥିରେ ରବି କୁମାର ଙ୍କ ପଜେଟିଭ୍ ଆସିଛି । ଏହା ସହିତ ସେ କହିଛନ୍ତି ଦୀର୍ଘ ୧୭ ବର୍ଷର କ୍ରୀଡା ଜୀବନରେ ଏଭଳି ଘଟଣା ତାଙ୍କୁ ମର୍ମାହତ କରିଛି । ଏବଂ କଟକଣା ଲାଗିଥିବା ଏକ ପ୍ରଡକ୍ଟ ଖାଇଥିଲେ ଯାହା ବିସୟରେ ସେ ଅଜ୍ଞ ଥିଲେ ।ସୂଚନା ଥାଉକି ଫେବୃୟାରୀ ମାସରେ ବିଶାଖା ପାଟନାରେ ଆୟୋଜିତ ସିନିୟର ଚାମ୍ପିୟନସପ୍ରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପୂର୍ବରୁ ସେ ୨୦୧୦ ରାଜ୍ୟ ଗୋଷ୍ଟି କ୍ରିଡାରେ ସ୍ୱର୍ଣ୍ଣ , ଓ ୨୦୧୪ ରେ ରୋପ୍ୟପଦ ହାସଲ କରିବା ସହିତ ଓଡିଶାର ନାମକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ