ପାଲୁର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ତରଫରୁ ମିଲ କାର୍ଯ୍ୟକ୍ରମ କୁ ସହାୟତା
ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜମ ବ୍ଲକ ଅନ୍ତର୍ଗତ ପାଲୁର ଛକ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ମିଲ –ସହାୟତା କାର୍ଯ୍ୟକ୍ରମ ରେ ସାମିଲ ହୋଇ ସହାୟତା ଯୋଗାଇଛି । ପ୍ରଶାସନ ତରଫରୁ ବୁଲୁଥିବା ମିଲଗାଡିରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମ୍ପାଦକ ରଞ୍ଜନ କୁମାର ନାହାକ, ପ୍ରଧାନ ଆଚାର୍ଯ୍ୟ ସସ୍ମିତା ମହାରଥୀ, ଉପଦେଷ୍ଟା ବିଜୟ କୁମାର ବିଶ୍ବାଳ, ସମାଜ ସେବୀ ରାମପ୍ରସାଦ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାମନ୍ଦିର ର ଏପରି ସହାୟତା କୁ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଓ ଜିଲ୍ଲାପ୍ରଶାସନ ସାଧୁବାଦ ଜଣାଇଛନ୍ତି ।