ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବୈଠକ

ଛତ୍ରପୁର, ତା. ୧୯/୦୯/୨୬: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ସମେତ ବିଭିନ୍ନ ବିଷୟ ନେଇ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନ ପାଇଁ ପାଲୁର, ବେନ୍ଦାଳିଆ, ଲଉଡ଼ିଗ୍ରାମ, ଶୀତଳାପଲ୍ଲୀ, ବଳରାମପଲ୍ଲୀ ଓ ପାଲୁର ହିଲ୍‌ ଆଦି ୬ଟି ସ୍ଥାନରେ ଜମି ଚିହ୍ନଟ କରାଯାଇ ପ୍ରସ୍ତାବ ରଖାଯାଇଛି। ଏଥିସହ ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ପରିସର ସଂଲଗ୍ନ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ୨ ଏକର  ଜମି ଅଧିଗ୍ରହଣ, ଆର ଓ ଆର ସଂଶୋଧନ, ଜମି ହସ୍ତାନ୍ତର ଓ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ବିଶ୍ୱବିଦ୍ୟାଳୟର ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶାଖାକୁ ପୃଥକ କରିବା, ସ୍ପୋର୍ଟ୍ସ କମ୍ପ୍ଲେକ୍ସ ହସ୍ତାନ୍ତର, ସୁରକ୍ଷା ବ୍ୟବସ୍ଥା, ଆବର୍ଜନା ପରିଚ୍ଛନ୍ନତା ଏବଂ ପରିସରରେ ଆବଶ୍ୟକ ବିଦ୍ୟୁତ କର୍ମଚାରୀ ନିୟୋଜନ ଭଳି ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ କାର୍ଯ୍ୟକୁ ସୁଚାରୁ ଭାବେ ଆଗେଇ ନେବା ସହ ଜମି ଓ ଭିତ୍ତିଭୂମି ସମ୍ପର୍କିତ ପ୍ରକ୍ରିୟାଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଅସୀମା ସାହୁ, କୁଳସଚିବ ପାର୍ବତୀ ମଞ୍ଜରୀ ମହାଲିକ, ଡେପୁଟି କଲେକ୍ଟର ଅରୁଣ କୁମାର ଖଣ୍ଡା,  ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ, ବ୍ରହ୍ମପୁର, କନିଶି ଓ କୁକୁଡ଼ାଖଣ୍ଡି ତହସିଲଦାର, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପରିଚାଳକ ଅରବିନ୍ଦ ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ