ପରାଜୟ ପରଠାରୁ ତେଜସ୍ୱୀଙ୍କ ଦେଖାମିଳୁନି

ପାଟନା (ଏଜେନ୍ସି): ରାଷ୍ଟ୍ରୀୟ ଜନତାଦଳ (ଆର୍ଜେଡି) ସୁପ୍ରିମୋ ଲାଲୁପ୍ରସାଦ ଯାଦବ ଏବେ ଜେଲରେ । ତାଙ୍କର ଉତ୍ତରାଧିକାରୀ କୁହାଯାଉଥିବା ଲାଲୁଙ୍କ ସାନପୁଅ ତେଜସ୍ୱୀ ଯାଦବ ଲୋକସଭା ନିର୍ବାଚନ ହାରିଯିବା ପରଠାରୁ ସାର୍ବଜନୀନ ଜୀବନରୁ ଏକ ପ୍ରକାର ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି । ତେଜସ୍ୱୀଙ୍କୁ ଶେଷଥର ସକାଶେ ପରାଜୟର କାରଣ ନେଇ ସମୀକ୍ଷା ପାଇଁ ତାଙ୍କ ମାଆ ରାବ୍ରି ଦେବୀଙ୍କ ଘରେ ୨୪ ମେରେ ଆୟୋଜିତ ବୈଠକରେ ଦେଖିବାକୁ ମିଳିଥିଲା । କିନ୍ତୁ ପରେ ତାଙ୍କୁ ଆଉ ଦେଖା ମିଳୁ ନାହିଁ । ଏପରିକି ଜୁନ୍ ୨ରେ ରାବ୍ରିଙ୍କ ଇଫ୍ତାର ପାର୍ଟି ଏବଂ ଜୁନ୍ ୧୧ରେ ଲାଲୁଙ୍କ ଜନ୍ମଦିନ ପାର୍ଟିରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା । ରାଷ୍ଟ୍ରୀୟ ଜନତା ଦଳର ବରିଷ୍ଠ ନେତାମାନେ ମଧ୍ୟ ତେଜସ୍ୱୀଙ୍କ ନିରୁଦ୍ଦିଷ୍ଟ ଘଟଣାରେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ଆର୍ଜେଡିର ଜଣେ ନେତାଙ୍କ କହିବା ଅନୁଯାୟୀ ତେଜସ୍ୱୀ ଦିଲ୍ଲୀରେ ଅଛନ୍ତି । କିନ୍ତୁ ଗତ ୧୦ତାରିଖରେ ଲାଲୁଙ୍କ ଅନୁଗତ ଭାବେ ପରିଚିତ ବିଧାୟକ ଭୋଲା ଯାଦବଙ୍କ ଝିଅ ବାହାଘରକୁ ମଧ୍ୟ ତେଜସ୍ୱୀ ଯାଇନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ