ଦୋରାଗୁଡା ଛକରୁ ଚୋରା ଶାଳ ପଟ୍ଟା ସହ ବାଇକ ଜବଦ

ବୈପାରିଗୁଡା,(ବିକ୍ରାନ୍ତ କୁମାର ବେବର୍ତ୍ତା): ବୈପାରିଗୁଡା ବନାଞ୍ଚଳର ମାଠପଡା ସେକ୍ସନ ଅଞ୍ଚଳରେ ବନପାଳ ଅନିଲ ଦାସ ବନ କର୍ମଚାରୀ ମାନଙ୍କୁ ନେଇ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ବାଇକ ସହ ଶାଳ ପଟ୍ଟା ଜବତ କରି ବଡ ସଫଳତା ହାସଲ କରିଛନ୍ତି, ବନ ବିଭାଗ କର୍ମଚାରୀ ମାନେ ଦୋରାଗୁଡା ଛକରେ ଏକ ବାଇକ ଦେଖି ବାଇକକୁ ଅଟକାଇବା ପାଇଁ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ମାନଙ୍କୁ ଦେଖି କାଠ ମାଫିଆ ଘଟଣାସ୍ଥଳରେ ହିଁ ବାଇକ ଓ କାଠ ପଟ୍ଟା ଛାଡି ଫେରାର ହୋଇଥିବାର ଜଣାପଡିଛି, ବନପାଳ ଅନିଲ ଦାସଙ୍କ ନେତୃତ୍ୱରେ ଚଢାଉ କରାଯାଇ ଥିବା ବେଳେ ବାଇକରେ ୧୧ ଖଣ୍ଡ ଶାଳ ପଟ୍ଟା ରହିଥିବାର କହିଛନ୍ତି ବନାଞ୍ଚଳ ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀ, ତେବେ କାଠ କେଉଁଠୁ ଆସିଲା ତାହାର ତଦନ୍ତ କରୁଛି ବନବିଭାଗ, ବନବିଭାଗ ଏହି ମୂଲ୍ୟବାନ ପଟ୍ଟା ଗୁଡ଼ିକ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ