ବିରାଟ ଗୋଖର ନାଗ ସାପ ଉଦ୍ଧାର

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ରଜପଡିଆ ବାଟସାହିର ଜନୈକ ବ୍ୟକ୍ତିଙ୍କ ଘରୁ ରବିବାର ବିଳମ୍ବିତ ରାତ୍ରରେ ଏକ ବିରାଟ ଗୋଖର ନାଗସାପ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ବାଟସାହିର ଅବସରପ୍ରାପ୍ତ ଆର୍ମି ଅଫିସର ନାରାୟଣ ମାର୍ଥାଙ୍କ ଘର ନିକଟରୁ ନାଗସାପ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିଲା । ଘରର କୌଣସିବ୍ୟକ୍ତି ଏହାକୁ ଦେଖି ଗୃହକର୍ତ୍ତାଙ୍କୁ ଜଣାଇଥିଲେ । ଏହି ସାପଟି ୫ଫୁଟର ଲମ୍ବ ହେବ ବୋଲି ଅନୁମାନ କରାଯାଉଛି । ସାପକୁ ଦେଖି ସାପ ଧରାଳି ସମାଜସେବୀ ଗଦାଧର ଚମ୍ପତ୍ିଙ୍କୁ ଖବର ଦେଇଥିଲେ । ଖବରପାଇ ଶ୍ରୀ ଚମ୍ପତ୍ତି ଆସି ସାପଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ