ମିରମ୍ବିକା ପକ୍ଷରୁ ଗରିବଙ୍କ ପାଇଁ “ବିପନ୍ନ ଅନ୍ନଦାନ-୨ଠ୨ଠ”
ଭୁବନେଶ୍ୱର (ବ୍ୟୁରୋ): ସାମାଜିକ ଅନୁଷ୍ଠାନ ‘ମିରମ୍ବିକା’ ଦ୍ୱାରା ଭୁବନେଶ୍ୱର ସହରର ଗଳିକନ୍ଦି, ବସ୍ତି ଅଞ୍ଚଳରେ ବାସକରୁଥିବା ଦରିଦ୍ର ଓ ଦିନମଜୁରିଆଙ୍କ ଲକ୍ଡାଉନ୍ ଦ୍ୱାରା ଅନାହାର ପରିସ୍ଥିତି ନିମନ୍ତେ ସାପ୍ତାହିକ ରାସନ ପୁଡ଼ିଆ ବଣ୍ଟନ କାର୍ଯ୍ୟକ୍ରମ “ବିପନ୍ନଙ୍କୁ ଅନ୍ନଦାନ-୨୦୨୦” ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମିରମ୍ବିକାର ମୁଖ୍ୟ ପୁରଧା ଜୀବନଜ୍ୟୋତି ବାରିକ ନିଜର କର୍ମକର୍ତ୍ତାମାନଙ୍କ ସହିତ ଉପସ୍ଥିତ ରହି ପ୍ରାୟ ୫୦୦୦ ଦରିଦ୍ର ଓ ଦିନମଜୁରିଆମାନଙ୍କୁ ସାପ୍ତାହିକ ରାସନ ପୁଡ଼ିଆ ପ୍ରଦାନ କରିଥିଲେ । ଆଜିର ଏହି କରୋନା ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଘଡ଼ି ସନ୍ଧି ମୁହୂର୍ତ୍ତରେ ସମସ୍ତ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରୁଛୁ କି ସମସ୍ତେ ରାଜ୍ୟସରକାରଙ୍କ ଦ୍ୱାରା ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ତାଲାବନ୍ଦକୁ ମାନି ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।