ଲଭ୍ ଟୁ ଲାଇଫ୍ର ପ୍ରଥମ ବାର୍ଷିକ ବୈଠକ

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍) : ଲଭ୍ ଟୁ ଲାଇଫ୍ ସଂଗଠନର ପକ୍ଷରୁ ପ୍ରଥମ ବାର୍ଷିକ ଅଧିବେସନ ସ୍ଥାନୀୟ ଜଳସେଚନ ପ୍ରକଳ୍ପ କଲୋନୀ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ପ୍ରଶାନ୍ତ କୁମାର ମହାଙ୍କୁଡ ବାର୍ଷିକ ବିବରଣୀ ପାଠ କରିଥିଲେ । ଅସହାୟ ଅସହାୟା ମାନଙ୍କୁ ସାହାଯ୍ୟର ହାତ ବଢାଇ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବାହିଁ ଏହି ସଂଗଠନର ମୁଖ୍ୟ ଆଭିମୂଖ୍ୟ ରହିଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ବାଡତ୍ୟା, ବାପି ପ୍ରଧାନ, ଉମାଶଙ୍କର ବାଡତ୍ୟା, ସଞ୍ଜୟ କୁମାର ବାଡତ୍ୟା, ସତ୍ୟନାରାୟଣ ମିଶ୍ର, ନୀଳାଞ୍ଚଳ ସାହୁ, ଆଦିତ୍ୟ କୁମାର ପାଢି, ରାଜ୍ କୁମାର ଗୌଡ, ବାଙ୍କ ପାଇକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ