ବିଜୁ ମହିଳା ଜନତା ଦଳର ନବନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଅନିମାଙ୍କୁ ସମ୍ବର୍ଦ୍ଧନା

ଆସିକା  (ୱାଇଏନ୍‍ଏସ୍‍): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଗଞ୍ଜାମ ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ଜିଲ୍ଲା ପରିଷଦ ସଦସ୍ୟା ସୁସଂଗଠିକା ଶ୍ରୀମତୀ ଅନିମା ପରିଡା ନିଯୁକ୍ତି ପାଇବା ପରେ ଶୁଭେଚ୍ଛୁ, ସମର୍ଥକ, ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି । ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ତଥା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ ଓ ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏହି ଅବସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ନବନିଯୁକ୍ତ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଅନିମା ପରିଡାଙ୍କୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ଇଂ ସଚ୍ଚିଦାନନ୍ଦ ରାଉତ, ଭବାନୀ ଶଙ୍କର ମଲିକ ଓ ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ସୂର୍ଯ୍ୟକାନ୍ତ ପରିଡା, ଆସିକା ନଗର ବିଜେଡି ସଭାପତି ଏମ୍‍.ତାରିଣୀ ସେନାପତି, ବିଜେଡି ନେତା ସନ୍ତୋଷ କୁମାର ନାୟକ, ନାଗାର୍ଜୁନ ବିଷୋୟୀ, ଜୟସେନ ସ୍ୱାଇଁ, ଜିତେନ୍ଦ୍ର କୁମାର ବିଷୋୟୀ, ଅରୁଣ ଦଳାଇ, ଗୌରହରି ବେହେରା, ତ୍ରିନାଥ ବେହେରା, ଦେବରାଜ ନାୟକ, ଗଣେଶ ଆଚାର୍ଯ୍ୟ, ରଂଜନ ବିଷୋୟୀ, ମାନସ ରଂଜନ ଗୌଡ, ଶିବପ୍ରସାଦ ଶତପଥୀ, କୈଳାଶ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ବି.ମୋହନ ରାଓ ଦୋରା, ଜି.ସୂର୍ଯ୍ୟ ପ୍ରକାଶ ରାଓ, ସାଇରାଜ ଦଳେଇ, ରବିନ୍ଦ୍ରନାଥ ସାହୁ, ମନୋଜ ନାହାକ, ଟୁକୁନା ନାହାକ, ସଂଜୀବ ମହାରଣା, ଦିଲୀପ ନାହାକ, ବାପିନା ଜେନା, ଭଗବାନ ବିଶ୍ୱାଳ, ସିମାଞ୍ଚଳ ସ୍ୱାଇଁ, ଆକାଶ ସ୍ୱାଇଁ, ପୂର୍ଣ୍ଣ ଗୌଡ, ଲିପୁ ଡାକୁଆ, ଶଙ୍କର ଡାକୁଆ, ସୁନିଲ୍‍ ପାଣିଗ୍ରାହୀ, ପ୍ରଣବ କୁମାର ପାଢୀ, ଭାସ୍କର ଦୋରା, ଅଜୟ ପାତ୍ର, ମୁନା ପାଣିଗ୍ରାହୀ, ସତ୍ୟନାରାୟଣ ସାମନ୍ତରା, ରାମେଶ୍ୱର ରାଉତ, ବ୍ରଜବନ୍ଧୁ ପଣ୍ଡାଙ୍କ ସମେତ ବହୁ ଦଳୀୟ ନେତା ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶୁଭେଚ୍ଛା, ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଜଣାପଡିଛି । ଆସିକା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବନିଯୁକ୍ତ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ସୁସଂଗଠିକା ଶ୍ରୀମତୀ ଅନିମା ପରିଡା ଯୋଗଦେଇ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁଙ୍କ ସମେତ ଦଳର ବରିଷ୍ଠ ନେତାମାନେ ତାଙ୍କ ଉପରେ ଯେଉଁ ଗଭୀର ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିବା ସାଙ୍ଗକୁ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସେବା କରିଆସିଛି ଓ ଆଗାମୀ ଦିନରେ ମଧ୍ୟ ସେବା ଜାରି ରଖିବ ବୋଲି କହିବା ସହ ଦଳୀୟ ନେତା ଓ କର୍ମୀମାନଙ୍କ ସ୍ନେହ ମୋତେ ଚିର ଋଣି କରିଛି ବୋଲି ପ୍ରକାଶ କରି ଦଳର ସମସ୍ତ ପୁରୁଖା ଓ ଅଭିଜ୍ଞ ତଥା ବରିଷ୍ଠ ନେତାମାନଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ସଂଗଠନକୁ ସୁଦୃଢ ପାଇଁ ସହଯୋଗ କାମନା କରିଥିବା ଦେଖିବାକୁ ମିଳିଥିଲା । ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ନଚିକେତା ସ୍ୱାଇଁ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ପ୍ରସନ୍ନ କୁମାର ତ୍ରିପାଠୀ, ବି.ମନୋଜ କୁମାର ଦୋରା, ଇଂ ସଚ୍ଚିଦାନନ୍ଦ ରାଉତ, ଅନିଲ୍‍ କୁମାର ନାୟକ, ଏମ୍‍.ତାରିଣୀ ସେନାପତି, ଜୟସେନ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା ଉଦ୍‍ବୋଧନ ଦେଇ ଲୋକ କଲ୍ୟାଣ ଓ ବିକାଶ ପାଇଁ ପ୍ରବାଦ ପୁରୁଷ ମହାନ୍‍ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକ ଅତୀତରେ ଆଙ୍କିଥିବା ଓଡିଶା ବିକାଶର ବିସ୍ତୃତ ନକ୍ସାକୁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୨୦୦୦ ମସିହାରୁ ୨୦୨୪ ମସିହା ମଧ୍ୟରେ ସଫଳ ରୂପାୟନ ହୋଇଥିବା ବେଳେ ଦଳୀୟ ନେତା ଓ କର୍ମୀମାନେ ମତାନ୍ତର ଓ ମନାନ୍ତର ଭୁଲି ସଂଗଠନକୁ ଆହୁରି ସୁଦୃଢ କରିବା ସାଙ୍ଗକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଅନିମା ପରିଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଆସିକା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ବହୁ ଦଳୀୟ ନେତା, ବିଜୁପ୍ରେମୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ