ଯୁବତୀ ମାନଙ୍କୁ ସାନିଟାରୀ ନାପକିନ ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବର୍ତ୍ତମାନ କରୋନା ସଂକ୍ରମଣ ସାରା ବିଶ୍ଵ ସମାଜକୁ କବଳିତ କରିବାକୁ ଲାଗିଛି।ଏଥିପାଇଁ ସାରାଦେଶରେ ତାଲା ବନ୍ଦ ଘୋଷଣା ବି କରାଯାଇଛି। ଏପରି ସ୍ଥିତିରେ ଗ୍ରାମାଞ୍ଚଳରେ ରହୁଥିବା ମହିଳା ମାନେ ସେମାନଙ୍କ ମାସିକ ସମୟରେ ସ୍ବଚ୍ଛତା ଅବଲମ୍ବନ ପାଇ ଗଞ୍ଜାମ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଛି ଅତ୍ୟାଧୁନିକ ଯୁଗରେ ମଧ୍ୟ ଗ୍ରାମାଞ୍ଚଳ ରେ ଯୁବତୀ ମାନେ ନିଜ ଶରୀରର ଯତ୍ନ ଠିକ ଭାବେ ନେଇ ପରୁନାହାନ୍ତି l ସେଥିପାଇଁ ସେହି ଯୁବତୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଲକଡାଉନ୍ ସମୟରେ ସଚେତନତା କରାଇବା ଏବଂ ସାହାର୍ଯ୍ୟ ନିମନ୍ତେ ଗଞ୍ଜାମ ଜିଲ୍ଲାର ଏସ ପି ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପୋଲିସ ଓ କିସ ଅନୁଷ୍ଠାନର ମିଳିତ ସହଯୋଗରେ ଆଜି ଜିଲ୍ଲାର ଗ୍ରମାଞ୍ଚଳରେ ରହୁଥିବା ଯୁବତୀମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରିଛନ୍ତି। ଭଞ୍ଜନଗର, ତାରାସିଂ, ଜଗନ୍ନାଥପ୍ରସାଦ ଥାନା ଅଧୀନରେ ଥିବା ଗ୍ରାମ ଗୁଡ଼ିକରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ପ୍ରମୁଖ ଭଞ୍ଜନଗର ଥାନା ଏସ.ଆଇ ଲିତା ରାଣୀ ପରିଡା ସାମାଜିକଦୂରତ୍ବ ନିୟମକୁ ପାଳନ କରି ଯୁବତୀ ମାନଙ୍କୁ ସାନିଟାରୀ ନାପକିନ ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ