ଗଞ୍ଜାମ ବ୍ଲକ ର ଛଅ ଟି ପଞ୍ଚାୟତର ସଙ୍ଘରୋଧ କେନ୍ଦ୍ର ଅନୁଧ୍ୟାନ କଲେ ଜିଲ୍ଲାପାଳ
ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ଓ ଜିଲ୍ଲା ବାହାରେ ଫସିଥିବା ଲୋକେ ଗ୍ରାମକୁ ଫେରିବା ଦ୍ରୁଷ୍ଟି ରୁ ସେମାନଙ୍କୁ ସଙ୍ଘରୋଧ ଗୃହରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି । ଏହି ପରିପ୍ରେକ୍ଷୀରେ ପ୍ରତି ପଞ୍ଚୟତ ରେ ସଙ୍ଘରୋଧ କେନ୍ଦ୍ର ଖୋଲା ଯାଇଥିବା ବେଳେ ତାହାର ଭିତିଭୂମି କୁ ପରଖିବା ପାଇଁ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ବ୍ଳକ ର ଛଅ ଟି ପଞ୍ଚୟତ ର ସଙ୍ଘରୋଧ କେନ୍ଦ୍ର ଅନୁଧ୍ୟାନ କରି ଫେରିଛନ୍ତି । ଏହି ସମୟ ରେ ଗଞ୍ଜମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ଥିଲେ ।ପ୍ରଥମେ ପାଳିବନ୍ଧ ପାଞ୍ଚୟତ ପରେ ହୁମ୍ମା, ମଲାଡ଼, ପୋଇରାଶି, ଖଣ୍ଡିଦେଉଳି, ପାଲଙ୍ଗ ପଞ୍ଚୟତ ଯାଇ ରେ ଖୋଲାଯାଇଥିବା ସଙ୍ଘରୋଧ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ର ରେ ଶୌଚାଳୟ, ପିଇବା ପାଣି, ବିଦ୍ୟୁତ ଆଲୋକ, ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ସହିତ ଉକ୍ତ ପଞ୍ଚୟତ ଗୁଡ଼ିକ ର ସରପଞ୍ଚ ଦିଲ୍ଲୀପ ଛୋଟରାୟ, ଚନ୍ଦ୍ର ମୋହନ ସାହୁ , ପ୍ରଭାତ ସେଠି, ସୁନିତା ରେଡି, ସୁବାସିନୀ ଗୌଡ଼,ଜାନକୀ ପ୍ରଧାନ ଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ଗୋଡ଼, ସନ୍ତୋଷ ବେହେରା, ଓ ଶିକ୍ଷକ ଦାମୋଦର ପଣ୍ଡା, ନିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।


