ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୮୦କୁ ବୃଦ୍ଧି
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୧୪୨୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୫୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୩୦ ଜଣ ଥିବାବେଳେ ସର୍ବମୋଟ ମୃତ୍ୟୁ ସଂଖ୍ୟା ୭୮୦କୁ ବୃଦ୍ଧି ହୋଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି ୧୮ ହଜାର ୨୫୨ ଜଣ । ସୁସ୍ଥ ହୋଇଛନ୍ତି ୫ ହଜାର ୪୯୮ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୩୦୧ଜଣ ମୃତ୍ୟୁବରଣ କରିଥିବାବେଳେ ଆକ୍ରାନ୍ତ ହୋଇଛନ୍ତି ୬୮୧୬ଜଣ । ଗୁଜୁରାଟରେ ଦ୍ବିତୀୟ ସର୍ବାଧିକ ୧୨୭ଜଣ ମୃତ୍ୟୁବରଣ କରିଥିବାବେଳେ ମଧ୍ୟପ୍ରଦେଶରେ ୯୨, ଦିଲ୍ଲୀରେ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନରେ ୩୨, ତାମିଲନାଡୁରେ ୨୨, ଉତ୍ତରପ୍ରଦେଶରେ ୨୫, ତେଲେଙ୍ଗାନାରେ ୨୫, ଆନ୍ଧ୍ରପ୍ରଦେଶରେ ୨୯, ପଶ୍ଚିମବଙ୍ଗରେ ୧୮, କର୍ଣ୍ଣାଟକରେ ୧୮, ଜମ୍ମୁକାଶ୍ମୀରରେ ୫, କେରଳରେ ତିନି, ପଞ୍ଜାବରେ ୧୭, ହରିୟାଣାରେ ୩, ବିହାର ୨ ଓ ଓଡ଼ିଶା, ହିମାଚଳ ପ୍ରଦେଶ, ଆସାମ, ମେଘାଳୟରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି ।


