ସଲମାନଙ୍କ ଫଲୋଅର ସଂଖ୍ୟା ୪ କୋଟି ଟପିଲା

ବଲିଉଡ ଦବଙ୍ଗ ଖାନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ, ବଦାନ୍ୟତାରେ ବି ସେତିକି ଆଗରେ । ତେଣୁ ଦିନକୁ ଦିନ ତାଙ୍କର ଟ୍ୱିଟରରେ ଫଲୋଅରଙ୍କ ସଂଖ୍ୟା ବଢ଼ି ଚାଲିଛି । ଇତି ମଧ୍ୟରେ ଏହି ସଂଖ୍ୟା ୪ କୋଟି ଅତିକ୍ରମ କରିଛି । ଅମିତାଭ ବଚ୍ଚନଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଅଭିନେତା ଯିଏ ଏତେ ବିପୁଳ ଲୋକପ୍ରିୟତା ପାଇପାରିଛନ୍ତି । ସୋସିଆଲ ମିଡିଆରେ ଏହି ସମ୍ବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସଲମାନଙ୍କ ପ୍ରଶଂସକମାନେ ସଲମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି । ତେବେ କେବଳ ଟ୍ୱିଟର ନୁହେଁ, ଅନ୍ୟ ସୋସିଆଲ ମିଡିଆ ଫେସବୁକ ଓ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କ ଫଲୋଅରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିଛି ପ୍ରଶଂସକ ଲେଖିଛନ୍ତି ୪୦ ମିଲିୟନ ସଲମନିଆକ୍ସ । ତାଙ୍କର ପ୍ରଶଂସକମାନେ ଏହି ଖୁସିରେ ସଲମାନଙ୍କର ଗୋଟେ ପରେ ଗୋଟେ ଫଟୋ ସେୟାର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏଥିସହ ଜଣେ ପ୍ରଶଂସକ ଲେଖିଛନ୍ତି, ସେ ସୋସିଆଲ ମିଡିଆ, ଟିଭି ହେଉ କି ବକ୍ସ ଅଫିସ, ସଲମାନ ଖାନ ସବୁଠି ରାଜ କରୁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ସଲମାନ ଜଣେ ବନ୍ଧୁ କ୍ଷମତାଶାଳୀ ଖେଳାଳୀ । ୟୁ-ଟ୍ୟୁବରେ ବି ସଲମାନଙ୍କ ଫଲୋଅରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ