୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଜୋତା ଦେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ମହାମାରୀ ସହ ଲଢେ଼ଇ ସମୟରେ ୨୦ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଜୋତା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ ପ୍ରିୟଙ୍କା ଲସ ଆଞ୍ଜେଲସରେ ଏହି ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ୧୦ ହଜାର ହଜ ଏବଂ ଭାରତରେ ବିଭିନ୍ନ ଘରୋଇ ଓ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ୧୦ ହଜାର ହଳ ଜୋତା ଯୋଗାଇ ଦେଇଛନ୍ତି । ଏକ ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଏବେର ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଏପରି କିଞ୍ଚିତ ସାହାଯ୍ୟରେ ହାତ ବଢ଼ାଇଥିବାରୁ ମୁଁ ଗର୍ବିତ । ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ ଜୋନସ ଏହି ସଙ୍କଟ କାଳରେ ବଦାନ୍ୟତାର ହାତ ବଢ଼ାଇ ଚର୍ଚ୍ଚାରେ ରହିଆସୁଛନ୍ତି । ତେବେ କେବଳ ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି ବରଂ ଛାତ୍ରଛାତ୍ରୀ, ଗରିବ ପରିବାର ଓ ଲକଡାଉନରେ ପ୍ରଭାବିତ ଶିଶୁମାନଙ୍କ ନିମନ୍ତେ ମଧ୍ୟ ଦୁହେଁ ସହାୟତା ପ୍ରଦାନ କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ