ଆକର୍ଷଣୀୟ ତ୍ୱଚା ପାଇଁ ତେନ୍ତୁଳି ରସ

ପାଚିଲା ତେନ୍ତୁଳିକୁ ପାଣିରେ ଫୁଟାଇ ରସ ବାହାର କରନ୍ତୁ । ଦୁଇ ଚାମଚ ହଳଦୀ ଗୁଣ୍ଡ ଫେଣ୍ଟି ସପ୍ତାହରେ ତିନି ଥର ଲଗାନ୍ତୁ । ତ୍ୱଚା ସଫା ରହିବ । ଏକ ଚାମଚ ତେନ୍ତୁଳି ରସରେ ଏକ ଚାମକ ମହୁ କିମ୍ବା ଲେମ୍ବୁ ରସ ଫେଣ୍ଟି ମୁହଁ, ବେକ, ହାତ ପାଦରେ ସପ୍ତାହରେ ଦୁଇ/୩ଥର ଲଗାଇଲେ ଉଜ୍ଜ୍ୱଳତା ବଢ଼ିବାରେ ସାହାଯ୍ୟ କରେ । ବୟସ ରେଖା କିମ୍ବା ତ୍ୱଚା କୁଞ୍ଚନ ଦୂର ପାଇଁ ଭିଟାମିନ୍ ଏ.ସି ଏଣ୍ଟିଅକ୍ସିଡାଣ୍ଟ୍ ଆବଶ୍ୟକ । ତେଣୁ ଏସବୁ ତେନ୍ତୁଳିରେ ଭରପୁର ରହିଥାଏ । ତେଣୁ ସମାନ ପରିମାଣର ତେନ୍ତୁଳି ରସ ସହ ମହୁ ଫେଣ୍ଟି ଲଗାନ୍ତୁ ସୁଫଳ ମିଳିବ । ଆଖିତଳ କଳାଦାଗ ଦୂର ପାଇଁ ତେନ୍ତୁଳି ରସ ବ୍ୟବହାର କରନ୍ତୁ । ଗୋଲାପ ଜଳରେ ତେନ୍ତୁଳି ରସ ଫେଣ୍ଟି ବ୍ରଣରେ ଲଗାଇଲେ ଉପଶମ ମିଳିଥାଏ । କିଛି ଦିନ ପରେ ବ୍ରଣ ଚାଲିଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ