ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଶିତ ହେଉଛି । ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଲାଗୁଥିବାବେଳେ ଆଉ କିଛି ଅଜବ ପ୍ରକାରର ଲାଗିଥାଏ । ଏମିତି ଏବେ ଏକ ପର୍ସ ସମ୍ମୁଖକୁ ଆସିଛି ଯାହାକୁ ଦେଖିବା ପରେ ଯେ କେହି ଆଶ୍ଚର୍ଯ୍ୟରେ ପଡ଼ିଯିବେ । ମଣିଷ ମୁହଁ ପରି ଦେଖାଯାଉଥିବା ଏହି ପର୍ସ କେବେ କେହି ଦେଖି ନ ଥିଲେ । ଯେଉଁଥିରେ ଟଙ୍କା ରଖାଯାଇପାରିବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସୋସିଆଲ ମିଡ଼ିଆରେ ଏମିତି ଏକ ପର୍ସ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତିର ନାକର ତଳଭାଗ ଅର୍ଥାତ୍ ପାଟି ପରି ଦେଖିବାକୁ ଏହି ପର୍ସ । ଦାନ୍ତ, ଗୋଲାପି ମାଢ଼ି ଏବଂ ଜିଭ ଏହି ପର୍ସ ମଧ୍ୟରେ ରହିଛି । ଏହି ପର୍ସକୁ ନେଇ ଲୋକେ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଅଧିକାଂଶ ଲୋକେ ଏହି ପର୍ସକୁ ନାପସନ୍ଦ କରୁଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ