ଭେଣ୍ଡିରେ ପାଣି ମିଶାଇ ପିଇଲେ କମ୍ ହୋଇଥାଏ ଓଜନ
ଭେଣ୍ଡି ଗୋଟିଏ ଭଲ ପରିବା । ହେଲେ ଭେଣ୍ଡିରେ ପାଣି ମିଶାଇ ପିଇଲେ କେତେକ ରୋଗ ଦୂରେଇ ଯିବ, ଏକଥା କ’ଣ ଆପଣ ଜାଣନ୍ତି! ଆସନ୍ତୁ ପ୍ରଥମେ ଜାଣିବା କିଭଳି ଭାବେ ଏହାକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏଥିପାଇଁ ଆପଣ ୫-୬ଟି ମଧ୍ୟମ ଆକାରର ଭେଣ୍ଡିକୁ ସଫା କରି ମଝିରୁ କାଟି ଦିଅନ୍ତୁ । ଏହାକୁ ଏକ ପାତ୍ରରେ କିଛି ପାଣି ଦେଇ ଭିଜାଇ ରଖନ୍ତୁ । ରାତି ସାରା ଭେଣ୍ଡିକୁ ପାଣିରେ ଭିଜାଇ ରଖନ୍ତୁ ।
ସକାଳୁ ଉଠି ଭେଣ୍ଡି ଖଣ୍ଡଗୁଡ଼ିକୁ ଚିପୁଡ଼ି ବାହାର କରିନିଅନ୍ତୁ । ସେହି ପାଣିରେ ଆଉ କିଛି ସାଦା ପାଣି ମିଶାଇ ଏକ ଗ୍ଲାସ୍ କରନ୍ତୁ । ମନେ ରଖନ୍ତୁ ସକାଳେ ଏହି ପାଣିକୁ ପିଅନ୍ତୁ ।
ଏବେ ଜାଣନ୍ତୁ ଏହି ପାଣି ପିଇଲେ କି ଲାଭ ମିଳିଥାଏ । ଏକ ଗ୍ଲାସ ଭେଣ୍ଡି ପାଣିରେ ୬ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୮୦ ମାଇକ୍ରୋଗ୍ରାମ୍ ଫାଲେଟ୍, ୩ ଗ୍ରାମ୍ ଫାଇବର୍ ଓ ୨ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ । ଏହା ଆଜ୍ମା ରୋଗୀଙ୍କ ପାଇଁ ଖୁବ୍ ଲାଭପ୍ରଦ । ଏହା ଆମର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ବି ଏହା ବରଦାନ ସଦୃଶ । ଏଥିରେ କୌଣସି ପ୍ରକାରର ପାଶ୍ୱର୍ ପ୍ରତିକ୍ରିୟା ନ ଥାଏ । ଭେଣ୍ଡି ମିଶା ପାଣି କାଲେଷ୍ଟ୍ରଲର ସ୍ତରକୁ ବି କମ୍ କରିବାରେ ସହାୟକ ହୋଇଥାଏ । ଯଦି ଆପଣ ଓଜନ କମ୍ କରିବାକୁ ଚାହାଁନ୍ତି, ତେବେ ଏହା ସେବନ କରିବା ଭଲ ।