ଭୁମିକମ୍ପରେ ଥରିଲା ମହାରଷ୍ଟ୍ର
ମହାରଷ୍ଟ୍ରର ସତରା ଜିଲ୍ଲାରେ ଆଜି ରିଚର ସ୍କେଲରେ ୪.୮ ତୀବ୍ରତାର ଭୁମିକମ୍ପ ଅନୁଭୁତ ହୋଇଥିବା ପାଣିପାଗ ବିଭାଗ ସୁଚନା ଦେଇଛି । ଏନେଇ କୌଣସି ମୃତହାତ କିମ୍ବା କ୍ଷୟକ୍ଷତିର ସୁଚନା ନଥିବା ପ୍ରଶାସନ କହିଛି । ଭୁମିକମ୍ପର ଝଟକା ଅନୁଭୁତ ହେବା ମାତ୍ରେ ଲୋକମାନେ ଘର ବାହାରକୁ ଚାଲିଆସିଥିଲେ । ଭାରତୀୟ ପାଣିପାଗ ବିଭାଗର ସୁଚନାନୁସାରେ, ଭୁମିକମ୍ପର ଝଟକା ପ୍ରାୟ ଘଣ୍ଟାଏ ମଧ୍ୟରେ ଦୁଇ ଥର ଅନୁଭୁତ ହୋଇଥିଲା । ପ୍ରଥମ ଝଟକା ୭.୪୭ ଥିିବାବେଳେ ଦ୍ୱିତୀୟ ଝଟକା ୫.୨୭ରେ ଅନୁଭୁତ ହୋଇଥିଲା ।