ପୌରପାଳିକା କାର୍ଯ୍ୟକାଳ ଶେଷ ପରେ ପାରାଦ୍ୱୀପରେ କରୋନା ଲଢେଇରେ ଶଥିଳତା

ପାରାଦ୍ୱୀପ (ପୀତବାସ ପ୍ରଧାନ) : ବିଶ୍ୱମହାମାରୀ କରୋନା ବିରୁଦ୍ଧରେ ଲଢୁଛନ୍ତି ଦେଶବାସୀ, ସରକାରଙ୍କ ନିୟମ କାନୁନ କୁ ପରିଚାଳନା କରୁଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଭନ୍ନ ରାଜ୍ୟସରକାର । ଆମ ରାଜ୍ୟ ସରକାରଙ୍କ ବିଭିନ୍ନ ନିର୍ଦ୍ଦେଶାବଳୀ ମଧ୍ୟ ସଠିକ୍ ଭାବେ ପରିଚାଳନା କରୁଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ ମାନେ । ବନ୍ଦର ସହର ପାରାଦ୍ୱୀପରେ ବନ୍ଦର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌରପ୍ରଶାସନ ମଳିତ ଭାବେ କରୋନା ବିରୋଧି ଲଢେଇ ରେ ସାମିଲ ହୋଇଥିଲେ । ଏହି ଲଢେଇରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନିଆଯାଇଛି । ସୁରକ୍ଷିତ ରହିଛନ୍ତି ପାରାଦ୍ୱୀପ ସହରବାସୀ । ଲଢେଇ ଆରମ୍ଭରୁ ପୌରପାଳିକାର ନିର୍ବାହୀ ଅଧିକାରୀ, ପୌର ପରିଷଦର ଅଧ୍ୟକ୍ଷ ଓ ପାରିଷଦମାନେ ସଚେତନତା ଠାରୁ ଆରମ୍ଭ କରି ଅସହାୟ, ପଶୁପକ୍ଷୀଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟ ରେ ସାମିଲ ହୋଇ ଲଢୁଥିଲେ । ଏହାରି ଭିତରେ ଗତ ଏପ୍ରିଲ ୧୭ ତାରିଖ ଦିନ ପାରାଦ୍ୱୀପ ପୌର ପରିଷଦର ୫ ବର୍ଷର କାର୍ଯ୍ୟକାଳ ଶେଷ ହୋଇଯାଇଛି । ଅଧ୍ୟକ୍ଷଙ୍କ ସ୍ଥାନରେ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ପାରାଦ୍ୱୀପ ର ଅତିରିକ୍ତ ଜିଲ୍ଲାପାଳ । ପାରିଷଦ ଓ ପୌରାଧ୍ୟକ୍ଷଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସମସ୍ତେ ଏକଦମ୍ ଚୁପ୍ ହୋଇ ଗଲା ଭଳି ଅନୁଭବ ହେଉଛି କ୍ଷମତା ନଥିବାରୁ ଆଉ ପାରିଷଦ ମାନଙ୍କୁ ବି ଦେଖିବାକୁ ମିଳୁନି କରୋନା ବିରୋଧି ଲଢେଇରେ । ଯେଉଁ ପାରିଷଦ ମାନେ ଜନସାଧାରଣଙ୍କୁ ସଚେତନ କରେଇବା ପାଇଁ ଆଗେଇ ଆସୁଥିଲେ, ଏବେ ସେମାନେ ଆଉ ଘରୁ ବାହାରୁ ନାହାଁନ୍ତି । ବିଭିନ୍ନ ସ୍ଥାନରେ ବନ୍ଦରାଞ୍ଚଳର ବିଭିନ୍ନ ବସ୍ତିମାନଙ୍କୁ ଆସୁଥିବା ଆଗନ୍ତୁକ ମାନଙ୍କ ସଂପର୍କରେ କୌଣସି ବି ସୂଚନା ମିଳୁନାହିଁ । ଭିିତରଗଡ ବସ୍ତି କଥା ଦେଖିଲେ ଏଠାରେ ଥିବା ବଙ୍ଗ ଭାଷାଭାଷୀଙ୍କର ସଂପର୍କୀୟ ମାନେ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ସଂପର୍କୀୟ ମାନେ ପଳେଇ ଆସୁଥିଲେ ବି ସୂଚନା କିଛି ମିଳୁ ନାହିଁ । ଗରୀବ ଅସହାୟ, ପଶୁପକ୍ଷୀମାନେ ରାସ୍ତା କଡରେ ବିକଳ ହୋଇ ଚାହିଁ ରହିଥିବାର ଦୃଶ୍ୟ ପ୍ରତିୟମାନ ହେଉଛି । ସାଧାରଣ ଲୋକଙ୍କ ପାଖରେ ପହଞ୍ôଚ ପାରୁନଥିବା ପ୍ରଶାସନ ସତେ ଯେମିତି ଅପହଞ୍ଚ ହେଲା ପରି ଲାଗୁଛି ଏହି କରୋନା ବିରୋଧି ଲଢେଇ ସମୟରେ । ତେବେ ପାରାଦ୍ୱୀପର ୧୯ ଗୋଟି ୱାର୍ଡର କରୋନା ସହାୟତା ଆସିଛି । ଏହାର ବିନିଯୋଗ କୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଆସିଥିବା ଅର୍ଥ ସଠିକ୍ ମାର୍ଗରେ ବିନିଯୋଗ ହେବ କି ନାହିଁ ତାକୁ ତଦାରଖ କରିବାକୁ କେହି ନାହାଁନ୍ତି । ଏହି ଅର୍ଥରାଶି ର ଖର୍ଚ୍ଚରେ କେତେ ସ୍ୱଚ୍ଛତା ରହିବ ତାକୁ ନେଇ ଏବେ ଠାରୁ ନାନା ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ