ଜନବସତି ମଧ୍ୟରେ କତା ଫ୍ୟାକ୍ଟ୍ରିକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ

ନାଉଗାଁ (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଅଲଣା ପଂଚାୟତ ଅନ୍ତର୍ଗତ ଅଲଣା ଗ୍ରାମରେ ଗୃହଲକ୍ଷ୍ମୀ ସହଯୋଗ ସମିତି ଲିଃ. ନାମକ ଏକ କତା କାରଖାନା ରହିଛି। ଏହି  କତା କାରଖାନା ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଟର ମେସିନ ମାଧ୍ୟମରେ ଚାଲୁ ଥିବା ବେଳେ ଜନବସତି ମଧ୍ୟରେ ରହିଛି । ଏହି ମେସିନ ଦିନ ତମାମ ଚାଲୁଥିବାରୁ ଗାଆଁ ଭିତରେ କତା ଗୁଣ୍ଡ ଓ ଧୂସ ଉଡୁଛି। ଯାହାଫଳରେ ବୃଦ୍ଧବୃଦ୍ଧା,ଛୋଟ ପିଲା, ରୋଗୀମାନେ  ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ମେସିନ ଚାଲିବା କ୍ଷଣି ଭୟଙ୍କର ଶବ୍ଦ ଓ ଭୂମି କମ୍ପନ ସୃଷ୍ଟି ହେବା ହେତୁ କାନ୍ଥ ଛାତ ଫାଟିବାର ସମ୍ଭାବନା ରହିଥିବା ଅଭିଯୋଗରେ ଦର୍ଶାଇଛନ୍ତି | ଗୁରୁତ୍ବପୂର୍ଣ୍ଣ କଥା ଏହି ମେସିନ ସାରା ଦିନ ଚାଲିବା ଦ୍ୱାରା ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ସହିତ ପାଖରେ ଥିବା ବିଦ୍ୟାଳୟରେ ପାଠପଢ଼ାରେ ମଧ୍ୟ ବ୍ୟାଘାତ ଘଟୁଛିବୋଲି ଅଭିଯୋଗରେ ଦର୍ଶାଯାଇଛି | ଏହି ଅଭିଯୋଗ ପତ୍ରରେ ଗ୍ରାମର ୩୦ ଜଣଙ୍କ ସ୍ବାକ୍ଷର ରହିଛି। ଏହ ସଂପର୍କରେ ଜନ ଶୁଣାଣି ପୋର୍ଟାଲରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଏହାର ନକଲ କଏର ବୋର୍ଡ ମୁଖ୍ୟ ପରିଚାଳକ ଏବଂ ତହସିଲଦାର ଆଦିକୁ ପ୍ରେରଣ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ