ୱାର୍ଡ ସଭ୍ୟ ହରେକୃଷ୍ଣ ଲେଙ୍କାଙ୍କ ପରଲୋକ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ମଧୁପୁର ଗ୍ରାମର ହରେକୃଷ୍ଣ ଲେଙ୍କା (୭୭) ଙ୍କର ଗୁରୁବାର କଟକ ଏସସିବି ରେ ପରଲୋକ ଘଟିଛି । ସେ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ ହେବ ଅଲଣାହାଟ ରେ ବ୍ୟବସାୟ କରି ଆସୁଥିଲେ | ଅଲଣାହାଟ ବଜାର କମିଟିର ମଧ୍ୟ ସଭାପତି ହୋଇଥିଲେ | ମଧୁପୁର ଗ୍ରାମର ୧୨ ନଂ ୱାର୍ଡରୁ ୪ ଥର ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ |ସେ ଜଣେ କଂଗ୍ରେସ ଦଳର ଦୃଢ଼ ସମର୍ଥକ ଥିଲେ। ତାଙ୍କର ମଙ୍ଗଳବାର ରାତିରେ ଦେହ ଅସୁସ୍ଥ ହେବାରୁ ପରିବାର ପକ୍ଷରୁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଗୁରୁବାର ସକାଳେ ଛାତିରେ ଅଧିକ ଯନ୍ତ୍ରଣା ହେବାରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ବରଣ କରିଛନ୍ତି | ତାଙ୍କର ମୃତ୍ୟୁ ଖବର ପାଇବା ପରେ ନାଉଗାଁ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି | ତାଙ୍କର ମୃତ୍ୟୁରେ ଅଲଣାହାଟ ବଜାର କମିଟି ତରଫରୁ ଶୋକସଭା କରାଯାଇ ଶୁକ୍ରବାର ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି | ସେ ଜଣେ ଭଲ ସଂଗଠକ , ମିଷ୍ଟଭାଷୀ ପରୋପକାରୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଅଲଣା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରମଣି ବେହେରା , ନାଏବ ସରପଞ୍ଚ ରଶ୍ମିତା ପାତ୍ର, ପୂର୍ବତନ ସରପଞ୍ଚ ନବକିଶୋର ମହାନ୍ତି , ସୁରେଶ ଚନ୍ଦ୍ର ସାହୁ, ତିହୁଡା ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ, ସୁଶାନ୍ତ ସାହୁ , ସୁନୀଲ ମାଟିଆ , କୃଷ୍ଣାନନ୍ଦ ସାହୁ , ରବୀନ୍ଦ୍ର ପାତ୍ର, ଅଶୋକ ସାହୁ ,ସୁବାଷ ମହାନ୍ତି , ନାରାୟଣ ପ୍ରଧାନ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା | ପୁଅ ଶାରଦା ପ୍ରସନ୍ନ ଲେଙ୍କା ମୁଖାଗ୍ନି ଦେଇଥିବା ବେଳେ ଚାରି ଝିଅ ନାତି ନାତୁଣୀ ପରିବାର ବର୍ଗ ବନ୍ଧୁ ପ୍ରିୟଜନ ଉପସ୍ଥିତ ଥିଲେ |


