ଚିନ୍ତା ବଢାଉଛି ପଶ୍ଚିମବଙ୍ଗ ର ଆଳୁ ଟ୍ରକ୍,ବେଲଗୁଣ୍ଠା ଆସୁଛି ଦୈନିକ ୩୫ ଟନ୍

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଭାରତ ତଥା ଓଡ଼ିଶାରେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।ଗତ କିଛି ଦିନ ହେଲା ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ବେଳେ ଓଡ଼ିଶା ବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଓ ମାଛ ପାଇଁ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଛନ୍ତି ।ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳୀ ଭାବେ ବେଲଗୁଣ୍ଠା ପରିଚିତ ।ବେଲଗୁଣ୍ଠା ବଜାର ଉପରେ ଏହାର ଆଖପାଖ ଅଞ୍ଚଳର ପ୍ରାୟ ପଡୋଶୀ ଜିଲ୍ଲା କନ୍ଧମାଳ, ନୟାଗଡ଼ ସମେତ ଜିଲ୍ଲାର ବହୁ ଅଞ୍ଚଳ ପନିପରିବା ପାଇଁ ନିର୍ଭର କରନ୍ତି ।ତେଣୁ ବେଲଗୁଣ୍ଠା ବଜାରକୁ ଦୈନିକ ପ୍ରାୟ ୩୫ଟନ୍ ଆଳୁ ଆସୁଥିବା ବେଳେ କିଛି ଟ୍ରକ୍ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ର ମେଦିନିପୁର ଅଞ୍ଚଳରୁ ଆସୁଥିବା ବେଳେ କିଛି ଟ୍ରକ୍ ବାଙ୍ଗାଲୋରରୁ ଆସୁଥିବା ଜଣାପଡିଛି ।ହେଲେ ପଶ୍ଚିମବଙ୍ଗରୁ ଟ୍ରକ୍ ଆସୁଥିବାରୁ ବେଲଗୁଣ୍ଠା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଆଳୁ ଟ୍ରକ୍ ଆସିବା ପରେ ବେଲଗୁଣ୍ଠା ସହରର ପ୍ରାୟ ୩୦-୪୦ ଶ୍ରମିକ ଟ୍ରକ୍ ରୁ ଆଳୁ ଓହ୍ଲାଇଥାନ୍ତି ।ଏହାପରେ ଏହି ଆଳୁ ବେଲଗୁଣ୍ଠା ସହର ସମେତ ଆଖପାଖ ପ୍ରାୟ ଅଞ୍ଚଳକୁ ବିକ୍ରୀ ପାଇଁ ଯାଇଥାଏ ।କିନ୍ତୁ ଗତ କିଛି ଦିନ ଧରି କରୋନା ରୋଗୀଙ୍କ ପଶ୍ଚିମବଙ୍ଗ ଲିଙ୍କ ପରେ ଆଳୁ ଗାଡି କୁ ନେଇ ବେଲଗୁଣ୍ଠା ବାସୀ ଚିନ୍ତିତ ହୋଇପଡିଛନ୍ତି ।ଗାଡିରେ ଦୁଇ ଜଣ ଷ୍ଟାଫ୍ ସହରରେ ପାଖାପାଖି ୩ ରୁ ୪ ଘଣ୍ଟା ରହୁଥିବା ବେଳେ ବାହାରେ ବୁଲାବୁଲି କରୁଥିବା ଲକ୍ଷ୍ୟ କରା ଯାଇଛି ।ଏବଂ ସେମାନେ ବ୍ୟବସାୟୀ ମାନଙ୍କ ସହ ମଧ୍ୟ ମିଳାମିଶା କରୁଥିବା ଜଣାପଡିଛି ।ପଶ୍ଚିମବଙ୍ଗରୁ ଅସିବା ରାସ୍ତାରେ କରୋନା ରୋଗୀ ଚିହ୍ନଟ ହୋଇଥିବା କିଛି ଜିଲ୍ଲା ଦେଇ ମଧ୍ୟ ଆସୁଛନ୍ତି ।ଏହା ସହ ଆନ୍ଧ୍ର ରୁ କିଛି ଗାଡି ମାଛ ଓ ପନପରିବା ନେଇ ଆସୁଥିବା ବେଳେ ବେଲଗୁଣ୍ଠା ଅଞ୍ଚଳବାସୀ ଭୟଭୀତ ହୋଇ ଏହା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ