କାଳବୈଶାଖୀରେ ବେଗୁନିଆପଡ଼ା ଅଞ୍ଚଳରେ ୩ ଦିନ ଧରି ବିଜୁଳି ସେବା ବାଧାପ୍ରାପ୍ତ

କୋଦଳା,(ଗୁଲସନ୍ କୁମାର କର):କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା ଓ ହଇଚଇ ଲାଗି ରହିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଗତ ଶୁକ୍ରବାରର କାଳବୈଶାଖୀ କିଛି ସ୍ଥାନରେ ସମସ୍ୟା ଆଣି ଦେଇଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ନିକଟସ୍ଥ ଖଣ୍ଡିଆନଈ ପଞ୍ଚାୟତର ତିରିଡା ଗ୍ରାମରେ ଗତ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଗାଁ ର କିଛି ଘରର ଛପର ଉଡିଯାଇଥିଲା ବେଳେ ଶୁକ୍ରବାର ରାତି ଠାରୁ ଗାଁ ରେ ବିଜୁଳି ସେବା ଠପ୍ ହୋଇଯାଇଛି। ପ୍ରବଳ ବର୍ଷା ପବନରେ ବିଜୁଳି ଖୁଣ୍ଟ ଗୁଡିକ ପଡି ଯାଇଥିବା ବେଳେ ବିଦ୍ୟୁତ ତାର ଗୁଡିକ ଛିଡି ପଡିଛି ।୧୧ କେଭି ଲାଇନ୍ ତାର ଗୁଡିକ ଛିଡି ରାସ୍ତା ଉପରେ ପଡି ରହିଥିବା ଏବଂ କିଛି ତାର ଉପରେ ଗଛ ପଡି ଛିଣ୍ଡି ପଡିଛି। ଶନିବାର ସକାଳୁ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଯଦିଓ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏଯାବତ୍ କାମ ଶେଷ ହୋଇ ନଥିବାରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି।ବ୍ଲକର ଖଣ୍ଡିଆନଈ ପଞ୍ଚାୟତ ସମେତ ଚିଙ୍ଗୁଡିଖୋଲ, ମର୍ଦକୋଟ, କେ ବରିଡ଼ା, ଚନ୍ଦନପୁର ପ୍ରଭୃତି ପଞ୍ଚାୟତରେ ଶୁକ୍ରବାର ଠାରୁ ବିଦ୍ୟୁତ ଯୋଗାଣ ବିଛିନ୍ନ ହୋଇଥିବା ବେଳେ ସଜାଡିବା ପାଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି କର୍ମଚାରୀ। ତେବେ ଏହି କାଳ ବୈଶାଖୀ ପ୍ରତି ସଂଧ୍ୟାରେ ଆସୁଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି। ବେଗୁନିଆପଡ଼ା ଠାରୁ ଅଙ୍ଗାରଗାଁ ପର୍ଯ୍ୟନ୍ତ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି ଏବଂ ମରାମତି କାମ ଜାରି ରହିଥିଲେ ମଧ୍ୟ କେବେ ସମ୍ପୂର୍ଣ୍ଣ ହେବ ଆଶା ଆକାଂକ୍ଷା ମଧ୍ୟରେ ଲୋକେ ରହିଛନ୍ତି। ସାଉଥକୋ ବିଭାଗୀୟ ଯନ୍ତ୍ରୀଙ୍କ କହିବା ଅନୁସାରେ ୧୨ ରୁ ଉର୍ଦ୍ଧ୍ବ ୩୩ କେଭି ପୋଲ, ୨୦ ରୁ ଉର୍ଦ୍ଧ୍ବ ୧୧ କେଭି ପୋଲ ଓ ଅନେକ ଗ୍ରାମାଞ୍ଚଳର ପୋଲ ଭାଗିଂ ପଡିଛି ।ସେଗୁଡ଼ିକ ସଜାଡ଼ିବା ପାଇଁ ସମୟ ଲାଗୁଛି ଏବଂ ସମସ୍ତ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି ।ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ ଆହୁରି ୪ରୁ ୫ ଦିନ ଲାଗିଯାଇପାରେ ବୋଲି ସେ କହିଛନ୍ତି। ବିଦ୍ୟୁତ ସେବା ବ୍ୟହାତ ଯୋଗୁଁ ବିଭିନ୍ନ ଜରୁରୀ କାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ