ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିଭିନ୍ନ ପଞ୍ଚାୟତରେ କରୋନା ସମ୍ପର୍କରେ ଅନୁଧ୍ୟାନ

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତକୁ ଗସ୍ତକରି କରୋନା ସମ୍ପର୍କୀୟ ପଦକ୍ଷେପ ଉପରେ ଅନୁଧ୍ୟାନ କରିଛନ୍ତି। ମଙ୍ଗଳବାର ଦିନ ପୂର୍ବାହ୍ନରେ ମଥୁରା, ଉତ୍ସାପଡ଼ା, ବନ୍ଥପଲ୍ଲୀ ପ୍ରଭୃତି ଗ୍ରାମକୁ ଯାଇ କରୋନା ପାଇଁ ଲକ ଡାଉନ ଯୋଗୁଁ ଗରିବ ହିତାଧିକାରୀ, କଳାକାର ଓ ନିର୍ମାଣ ଶ୍ରମିକ ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ ହୋଇଥିବା ସହାୟତା ଟଙ୍କା ଠିକ ଭାବେ ପ୍ରାପ୍ତ ହୋଇଛି କି ନାହିଁ ପଚାରି ବୁଝିଥିଲେ। ଏହି ଅବସରରେ ମୁକ୍ତାମାଳଦେଇପୁର ଶାସନକୁ ଯାଇ କ୍ୟାନ୍ସର ରୋଗରେ ପୀଡିତ ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ଭେଟି ଆଶ୍ୱାସନା ଦେବାସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ଏଥସହ ମଥୁରା ଓ ବନ୍ଥପଲ୍ଲୀ ସରପଞ୍ଚ ଦ୍ବୟଙ୍କ ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଅପରାହ୍ନରେ ଚିରିକିପଡା ଶାସନ, ମାଳତେନ୍ତୁଳିଆ ଓ ମଧୂପଲ୍ଲୀ ପଞ୍ଚାୟତକୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରି ଲକ ଡାଉନ ପାଇଁ ପ୍ରଦାନ କରାଯାଇଥିବା ସହାୟତା ଅର୍ଥ ବିଷୟରେ ବୁଝିଥିଲେ। ଏଥି ସହିତ ତିନି ପଞ୍ଚାୟତର ସରପଞ୍ଚ, ସରକାରୀ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ସହ କରୋନା ସମ୍ପର୍କରେ ଏବଂ ରାଜ୍ୟବାହରୁ ଫେରିବାକୁ ଥିବା ବ୍ୟକ୍ତି ମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ କିପରି ରଖାଯିବା ସେହି ବିଷୟ ନେଇ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ