ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚଢ଼ଉ, ୯ଗିରଫ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନାରେ ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢଉ କରି ସମୁଦାୟ ୯ ଜଣଙ୍କୁ ଗିରଫ କରାଯାଇଛି । ଆସିକା ଏସ୍ଡିପିଓ ଓ ଗଞ୍ଜାମ ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ପୁଲିସ ଓ ଅବକାରୀ କର୍ମଚାରୀ ଧରାକୋଟ ଥାନା ଅନ୍ତର୍ଗତ ବାହାଡପଦର ଓ ବଡଗଡ ଥାନା ମାଧପୁର ଗ୍ରାମରେ ବେଆଇନ ମଦ କାରବାର ଉପରେ ଚଢଉ ହୋଇଥିଲା । ୩୮୨ ଲିଟର ଭାଟିରନ୍ଧା ମଦ, ୨୬୫୦ କେଜି ଗୁଡ ମିଶ୍ରିତ ପୋଚ ଜବତ କରାଯାଇଛି । ଏହି ବାବଦରେ ୧୦ ଟି ମାମଲା ରୁଜୁ କରାଯାଇଥିବା ଗଞ୍ଜାମ ଅବକାରୀ ଅଧୀକ୍ଷକ ଶ୍ରୀ ଭତ୍ରା ସୂଚନା ଦେଇଛନ୍ତି ।


