ପାରଳା ଦୋଳବନ୍ଧ ପୁନଃଉଦ୍ଧାର ପାଇଁ ଗଜପତି ଜିଲ୍ଲାପାଳଙ୍କ ଅନୁଧ୍ୟାନ

ପାରଳାଖେମୁଣ୍ଡି : ପାରଳା ମହାରାଜାଙ୍କ ଦ୍ୱାରା ନିର୍ମିତ ଅତି ପୁରାତନ ଦୋଳବନ୍ଧ ବର୍ତ୍ତମାନ ପରିତକ୍ତ ଅବସ୍ଥାରେ ପଡି ରହିଛି । ଏହାର ପୁନଃଉଦ୍ଧାର ଓ ଉନ୍ନତି ପାଇଁ ଆଜି ଗଜପତି ଜିଲ୍ଲାପାଳ ଅନୁପମ ସାହା ଦୋଳବନ୍ଧ ଠାରେ ପହଂଚି ପରିସ୍ଥିତ ଅନୁଧ୍ୟାନ କରିବା ସହ ବନ୍ଧର ଚର୍ତୁପାଶ୍ୱର୍ ପରିଦର୍ଶନ କରି ପରିବେଶର ଉନ୍ନତି ପାଇଁ ବିଭିନ୍ନ ବୃକ୍ଷରୋପଣ କରିବା ସହ ସମଗ୍ର ଅଂଚଳକୁ ପରିସ୍କାର କରିବା ପାଇଁ ପାରଳା ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ଗଜପତି ଜିଲ୍ଲାପାଳଙ୍କ ଏହି ଅନୁଧ୍ୟାନ ସମୟରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସମେତ ପୂର୍ତ୍ତ ବିଭାଗର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ