ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ର୍ଦୁବ୍ୟବହାର
ଯାଜପୁର,(ଓ୍ବାଇଏନ୍ଏସ୍):କୋରୋନା ସଂକଟ ସମୟରେ ଡାକ୍ତର ମାନଙ୍କୁ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟସରକାର । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଭଳି ପରିସ୍ଥିତିରେ ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ର୍ଦୁବ୍ୟବହାର କରାଯାଇଛି । ଅଭିଯୋଗ ମୁତାବକ ଡାକ୍ତର ଜ୍ୟୋତି ପ୍ରକାଶ ଚୌଧରୀ ରୋଗୀଙ୍କୁ ଚିକିତ୍ସା କରୁଥିବା ସମୟରେ ସ୍ଥାନୀୟ ଅଂଚଳର ସୁଧାଂଶୁ ଶତପଥି ନାମକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିଲା । ଏ ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଅଭିଯୁକ୍ତ କୁ ଗିରପଂ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।


