ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ

୩ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ ର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ । ପ୍ରଥମ ଚିଠିରେ ଦେଶରେ ସୁପ୍ରିମକୋର୍ଟ ରେ ବିଚାରପତି ଙ୍କ ସଂଖ୍ୟା ବୃଦ୍ଧି କରିବାକୁ କହିଛନ୍ତି । ବିଚାରପତିଙ୍କ ସଂଖ୍ୟା କମ୍ ଥବାରୁ ଏହି ମାମଲାର ଶୁଣାଣି ହୋଇ ପାରୁନାହିଁ ବୋଲି ଚିଠିରେ ଲେଖିଛନ୍ତି। ଦ୍ୱିତୀୟ ଚିଠିରେ ଲେଖିଛନ୍ତି ଯେ ହାଇକୋର୍ଟ ର ବିଚାରପତି ଙ୍କ ଅବସର ବୟସ ସୀମା ବୃଦ୍ଧି କରାଯାଉ ବୋଲି ଅନୁରୋଧ କରିଛନ୍ତି । ତୃତୀୟ ଚିଠି ରେ ସମ୍ବିଧାନର କିଛି ଅନୁଚ୍ଛେଦରେ ସଂଶୋଧନ କରିବା ସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨ ରହିଛି। ଏହି ସଂଖ୍ୟା ବୃଦ୍ଧି କରିବାକୁ ଜଷ୍ଟିସ ଗୋଗୋଇ ଅନୁରୋଧ କରିଛନ୍ତି। ସେହିପରି ଏବେ ହାଇକୋର୍ଟ ବିଚାରପତିଙ୍କ ବୟସସୀମା ୬୨ ରହିଛି। ଏହାକୁ ବୃଦ୍ଧି କରି ୬୫ କରିବାକୁ ସେ ଚିଠିରେ ଲେଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ