ଏମସିଆଇ ପକ୍ଷରୁ ଓଡିଶା ର ୩ ଟି ମେଡିକାଲ କଲେଜ ରେ ବଢିଲା ସିଟ
ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଓଡିଶା ର ୩ଟି ମେଡିକାଲ କଲେଜ ପାଇଁ ଆହୁରି ୧୦୦ ଟି ଏମବିବିଏସ୍ ସିଟିି୍ ବଢିଛି । ବର୍ଦ୍ଧିତ ସିଟ୍ ଗୁଡିକ ୩ଟି ମେଡିକାଲ କଲେଜକୁ ଦିଆଯିବ । ବୁର୍ଲାସ୍ଥିତ ଭିମସାରରେ ୫୦ଟି ସିଟ୍ ବୁର୍ଲା ଭିମସାର ମେଡିକାଲ କଲେଜରେ ପୂର୍ବରୁ ୧୫୦ ସିଟ୍ ଥିବା ବେଳେ ଏବେ ଆହୁରି ୫୦ ସିଟ ବଢି ୨୦୦ରେ ପହଂଚିଛି ।, କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ମୟୂରଭଞ୍ଜ ସ୍ଥିତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ଟି ଲେଖାଏଁ ସିଟ୍ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି ।


