ବ୍ରିଜ୍‌ ଭୁଶୁଡି ଦୁଇ ମୃତ

ବଲାଙ୍ଗିର : ପାଟଣାଗଡରେ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ୍‌ । ବ୍ରିଜ୍‌ ଭୁଶୁଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୁକତେଲ ନଦୀ ଉପରେ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡିଛି । ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ଏହି ବ୍ରିଜ୍‌ଟି ଭୁଶୁଡିଲା । ପୂର୍ବରୁ ନିମ୍ନମାନର କାମ ନେଇ ଖବର ପ୍ରକାଶିତ ହୋଇଥିଲା । ୨୦୧୫ ମସିହାରେ ଶୁକତେଲ ନଦୀ ଉପରେ ଏହି ବ୍ରିଜ ନିର୍ମାଣ ହୋଇଥିଲା । ନିମ୍ନମାନର କାମ ଯୋଗୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି । ତମିଆ, ଫଟାମୁଣ୍ଡା, ଭରତବାହାଲ ସହିତ ରେଙ୍ଗାଲି ପଞ୍ଚାୟତର ୬ ଟି ଗ୍ରାମର ଲୋକେ ଏହି ବ୍ରିଜ୍‌ ଉପରେ ନିର୍ଭର କରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ