ଫାଇଭ୍ ଷ୍ଟାର୍ ଜେଲ୍
ଜେଲ ନାଁ ଶୁଣିଲା ମାତ୍ରେ ମନରେ ଆସେ ଏକ ଅନ୍ଧାରୁଆ କାଠରୀ, ଅସନା ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନେ ବନ୍ଦୀ ଜୀବନ ଅତିବାହିତ କରୁଥିବାର ଦୃଶ୍ୟ । ଅସହାୟତା ଏବଂ କଟକଣା ହେଉଛି ଏଠାକାର ନିୟମ । କିନ୍ତୁ ଅଷ୍ଟ୍ରିୟାରେ ରହିଛି ଏଭଳି ଏକ ଜେଲ ଯାହା କୌଣସି ଫାଇଭ୍ ଷ୍ଟାର ହୋଟେଲଠାରୁ କମ୍ ନୁହେଁ । ଜଷ୍ଟିସ୍ ସେଣ୍ଟର ଲିୟାବେନ୍ ନାମକ ଏହି ଜେଲରେ ୨୦୫ ଜଣ କଏଦୀଙ୍କ ରହିବା ସୁବିଧା ଅଛି । ଏଠାରେ କଏଦୀମାନଙ୍କ ପାଇଁ ଏକ ବଡ ଲିଭିଙ୍ଗ୍ ରୁମ୍, କିଚେନ୍, ପର୍ସନାଲ ବାଥ୍ରୁମ୍ ସମେତ ଜିମ୍, ଇଣ୍ଡୋର ଗେମ୍ ଏବଂ ସ୍ପା ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି । ତେବେ ଏଠାରେ ସେହି କଏଦୀମାନେ ରୁହଁନ୍ତି ଯେଉଁମାନେ ଛୋଟମୋଟ ଅପରାଧରେ ଦଣ୍ଡିତ ହୋଇଥାନ୍ତି ବା ଯେଉଁ କଏଦୀମାନେ କୋର୍ଟର କଟକଣା ହେତୁ ଜେଲ ବାହାରେ ରହିପାରିବେ ନାହିଁ ।


