ଅଜବ ଅଟୋ

ବିବିଧତାର ଦେଶ ଭାରତ । ଏଠି ଜାତି, ଧର୍ମ, ବର୍ଣ୍ଣ ସବୁଥିରେ ରହିଛି ବିବିଧତା । ଏହି ବିବିଧତା ମଧ୍ୟରେ ଅନେକ କିଛି ଅଜବ ବି ଦେଖିବାକୁ ମିଳେ । ଠିକ୍ ଯେମିତି ଏଇ କିଛି ଅଟୋ । ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଏହି ଅଟୋଗୁଡ଼ିକ ସାଧାରଣ ଅଟୋଠାରୁ ଭିନ୍ନ । କାରଣ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏହାର ମାଲିକମାନେ ଏହାକୁ ଦେଇଛନ୍ତି ଅଜବ ରୂପ । କିଏ ଏହାକୁ ହେଲିକପ୍ଟର ଲୁକ୍ ଦେଇଛନ୍ତି ତ ଆଉ କିଏ ନିଜ ଅଟୋରେ ବିଭିନ୍ନ ଗାଡ଼ିର ଅଂଶକୁ ସଂଯୋଗ କରି ଦେଇଛନ୍ତି ଭିନ୍ନ ଏକ ଲୁକ୍ । କେଉଁଠି ଦେଖିବେ ଡବ୍ଲ ଡେକର୍ ଅଟୋ ତ କେଉଁଠି ଘୋଡ଼ା ଟାଣୁଛି ଅଟୋ । ଏସବୁ ଦେଖିବାକୁ ଲାଗେ ବେଶ୍ ମଜାଦାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ