ବଦଳିବ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ, (ଏଜେନ୍ସି) : ଦେଶର ସମସ୍ତ ପ୍ରଦେଶ ଓ କେନ୍ଦ୍ରଶାସିତ ରାଜ୍ୟରେ ଜାରି ହେଉଥିବା ନୂଆ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍)ଓ ଗାଡ଼ିର ପଞ୍ଜିକରଣ ସାର୍ଟିଫିକେଟ୍(ଆର୍ସି) ବଦଳିବାକୁ ଯାଉଛି । ସୂଚନାନୁସାରେ ଏହା ଦେଖିବାକୁ ପୂର୍ବପରି ହିଁ ହେବ । ଏହାର ରଙ୍ଗ, ଲୁକ୍, ଡିଜାଇନ୍ ଓ ସିକ୍ୟୁରିଟି ଫିଚର୍ସ ଆଦି ସବୁ ସମାନ ହିଁ ରହିବ । ଏହି ସ୍ମାର୍ଟ ଡିଏଲ୍ ଓ ଆର୍ସିରେ ମାଇକ୍ରୋଚିପ୍ ଓ କ୍ୟୁଆର୍ କୋଡ଼୍ ରହିବ । ଯଦ୍ୱାରା ଅତୀତ କରାଯାଇଥିବା ନିୟମର ଉଲଙ୍ଘନକୁ ଲୁଚାଇବା ପାଖାପାଖି ଅସମ୍ଭବ ହୋଇଯିବ । ଏହି କ୍ୟୁଆର୍ କୋଡ଼୍ ମାଧ୍ୟମରେ କେନ୍ଦ୍ରୀୟ ଅନ୍ଲାଇନ୍ ଡାଟା ବେସ୍ରୁ ଡ୍ରାଇଭର୍ ତଥା ଗାଡ଼ିର ପୂର୍ବ ରେକର୍ଡ଼କୁ ଏକ ଡିଭାଇସ୍ ମାଧ୍ୟମରେ ପଢ଼ାଯାଇପାରିବ । ଟ୍ରାଫିକ୍ ପୁଲିସ୍କୁ ସେମାନଙ୍କ ନିକଟରେ ଥିବା ଡିଭାଇସ୍ରେ କାର୍ଡ଼କୁ ପ୍ରବେଶ କରାଇବା କିମ୍ବା କ୍ୟୁଆର୍ କୋଡ଼୍ ସ୍କାନ୍ କରିବା ମାତ୍ରେ ଗାଡ଼ି ଓ ଡ୍ରାଇଭର୍ଙ୍କ ସମସ୍ତ ସବିଶେଷ ତଥ୍ୟ ମିଳିଯିବ । ସଡ଼ିକ ପରିବହନଓ ରାଜମାର୍ଗ ମନ୍ତ୍ରଣାଳୟର ଅଧିସୂଚନାନୁସାରେ, ଅକ୍ଟୋବର ୧ରୁ ସମଗ୍ର ଦେଶରେ ଏକ ପ୍ରକାରର ଡ୍ରାଇଭିଂ ଲାଇସେନ୍ସ ବନାଯିବ । ବିଜ୍ଞପ୍ତି ଅନୁସାରେ ଦେଶର ପ୍ରତ୍ୟେକ ରାଜ୍ୟର ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ୍ ପ୍ରମାଣପତ୍ରର ରଙ୍ଗ ମଧ୍ୟ ସମାନ ହେବ । କାର୍ଡ଼ରେ ମହଜୁଦ୍ ଏନ୍ଏଫ୍ସି ଫିଚର୍ ମାଧ୍ୟମରେ କୌଣସି ବି ଗାଡ଼ି ଓ ଡ୍ରାଇଭର୍ ସମ୍ବନ୍ଧିତ ଗତ ୧୦ ବର୍ଷର ସବିଶେଷ ତଥ୍ୟ ଜଣାପଡ଼ିଯିବ । ଏନ୍ଏଫ୍ସି ଫିଚର୍ ସୁବିଧା ମେଟ୍ରୋ ଟ୍ରେନ୍ ଓ ଏଟିଏମ୍ର ସ୍ମାର୍ଟ କାର୍ଡ଼ରେ ଉପଯୋଗ କରାଯାଇଥାଏ । ସୂଚନାନୁସାରେ ଚିପ୍ ଓ ଏନ୍ଏଫ୍ସି ଫିଚର୍ ସୁବିଧା ବାଧ୍ୟତାମୂଳକ କରିବାର ପ୍ରସ୍ତାବ ଥିଲା, ହେଲେ କେନ୍ଦ୍ର ରାଜ୍ୟ ସରକାରଙ୍କୁ ବିକଳ୍ପ ଛାଡ଼ିବାକୁ ନିଷ୍ପତ୍ତି କରିଥିଲେ । ଦେଶରେ ପାଖାପାଖି ୩୨ହଜାର ଡିଏଲ୍ ଜାରି କରାଯାଇଥାଏ କିମ୍ବା ନବିକରଣ କରାଯାଇଥାଏ । ଏହି ପ୍ରକାରରେ ପ୍ରତ୍ୟହ ପାଖାପାଖି ୪୩ହଜାର ଗାଡ଼ି ପଞ୍ଜିକରଣ ତଥା ପୁନଃପଞ୍ଜିକରଣ କରାଯାଇଥାଏ । ଏହି ନୂଆ ଡିଏଲ୍ ତଥା ଆର୍ସିରେ ୧୫-୨୦ଟଙ୍କାରୁ ଅଧିକ ଖର୍ଚ୍ଚ ହେବନାହିଁ । ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁସାରେ ଏହି ପରିବର୍ତ୍ତନ ଦ୍ୱାରା ଟ୍ରାଫ୍ିକ୍ ଦାୟିତ୍ତ୍ୱ ନିର୍ବାହ କରିବାରେ ମଧ୍ୟ ବିଶେଷ ସାହାଯ୍ୟ ମିଳିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ