ଟିଭି ସାମ୍ବାଦିକାଙ୍କୁ ଦୁର୍ବୁତ୍ତଙ୍କ ଗୁଳିମାଡ , ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଶନିବାର ରାତିରେ ସାମ୍ବାଦିକା ଜଣକ ନିଜର କାର୍ଯ୍ୟସାରି କାର ଯୋଗେ ଘରକୁ ରାତ୍ର ୧୨. ୩୦ ମିନିଟ ସମୟରେ ଫେରୁଥିବା ସମୟରେ ରାସ୍ତାରେ ଦୁର୍ବୁତ୍ତ ମାନେ ସାମ୍ବାଦିକାଙ୍କ ଗାଡି ଅଟକାଇ ଗାଡି ଗୁଳି ଚାଳନା କରିଥିଲେ । ଦୁଇଟି ଗୁଳି ଗାଡିରେ ବାଜି ଥିବା ବେଳେ ଅନ୍ୟ ଗୁଳିଟି ସାମ୍ବାଦିକା ମିତାଲି ଚାନ୍ଦୋଲା ଙ୍କୁ ଗୁଳିମାଡ କରି ଦୁବୁତ୍ତମାନେ ଅଣ୍ଡା ମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ସାମ୍ବାଦିକା ଜଣକ ନୋଲଡାର ଏକ ଟିଭି ଚ୍ୟାନେଲର ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି । କୁହାଯାଉଛି ଦୀର୍ଘ ଦିନ ଧରି ତାଙ୍କ ସ୍ୱାମୀ ଙ୍କ ସହ ବିଚ୍ଛେଦ ହୋଇ ଅଲଗା ରହିବା ଓ ପାରିବାରିକ ଗଣ୍ଡଗୋଳ କୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଲୁଟ ପାଇଁ ଦୁର୍ବୁତ୍ତମାନେ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।


