କୁକୁଡ଼ା ନାଁରେ ମାମଲା
ସାଧାରଣତଃ କେହି କୌଣସି ଅପରାଧ କଲେ ତା’ ନାଁରେ ମାମଲା ରୁଜୁ ହୋଇଥାଏ । ତେବେ ସର୍ବଦା ଏହି ମାମଲା ମଣିଷ ନାଁରେ ହିଁ ରୁଜୁ ହୋଇଥାଏ । ହେଲେ ପଶୁ ନାଁରେ ଏତଲା କେହି କେବେ ଶୁଣିନଥିବେ । କଥାଟି ଅଜବ ଲାଗିଲେ ମଧ୍ୟ ସତ । କାରଣ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ସେଠାରେ ଏକ ଥାନାରେ କୁକୁଡ଼ା ନାଁରେ ଜଣେ ମହିଳା ଏତଲା ଦେଇଥିବା ଜଣାପଡ଼ିଛି । ଏହାର କାରଣ ମଧ୍ୟ ଅତି ଆଶ୍ଚର୍ଯ୍ୟଜନକ । କୁକୁଡ଼ା ପାଇଁ ଜନୈକ ମହିଳାଙ୍କ ସକାଳ ନିଦ ଭାଙ୍ଗିଯାଉଥିବାରୁ ସେ ଏପରି ପଦକ୍ଷେପ ନେଇଥିବା ପୁଲିସ୍ ପ୍ରକାଶ କରିଛି । ଏହା ପୂର୍ବରୁ ମଧ୍ୟପ୍ରଦେଶରେ ଅନୁରୂପ ଘଟଣା ସାମ୍ନାକୁ ଆସିଥିଲା । ସେଠାର ସ୍ଥାନୀୟ ବାସିନ୍ଦା ଏକ କୁକୁଡ଼ା ଓ ତା’ର ମାଲିକଙ୍କ ନାଁରେ ଥାନାରେ ମାମଲା ଦାୟର କରିଥିଲେ । ଏହାର କାରଣ ଥିଲା କୁକୁଡ଼ାଟି ତାଙ୍କ ଝିଅକୁ ଥଣ୍ଟରେ ଆକ୍ରମଣ କରିଥିଲା । ଅଭିଯୋଗ ପରେ କୁକୁଡ଼ା ଓ ମାଲିକଙ୍କୁ ଥାନା ଆସିବାକୁ ପଡ଼ିଥିଲା ।