କଥାକୁହା ଟାଟୁ

ଆଜିକାଲି ପିଲାମାନଙ୍କ ଟାଟୁ ଏକ ସଉକ ହୋଇଯାଇଛି । ଆମେ ବିଭିନ୍ନ ପ୍ରକାର ଟାଟୁ ଦେଖିଛେ । କିନ୍ତୁ କେହି କେବେ ଶୁଣି ନଥିବେ ଟାଟୁ କଥା କହୁଥିବାର । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ । ମାର୍କେଟରେ କଥା କହୁଥିବା ଟାଟୁ ଏବେ ଚର୍ଚ୍ଚା ହେଉଛି । ଆମେରିକାରେ ରହୁଥିବା ନେଟ୍ ସିଗାର୍ଡକର ନିଜ ପତ୍ନୀକୁ ସରପ୍ରାଇଜ୍ ଦେବା ପାଇଁ ଏକ ନୂଆ ପ୍ରକାର ଉପାୟ ବାହାର କରିଛନ୍ତି । ଇଣ୍ଟରନେଟ୍ ଏକ ଏପରି ଟାଟୁର ନିର୍ମାଣ କରିଥିଲେ, ଯାହା କେବଳ ଦେଖିବାରେ ଆକର୍ଷକ ନୁହେଁ, ତାହା ଶବ୍ଦ ମଧ୍ୟ ବାହାର କରିବ । ଏହାକୁ ‘ସାଉଣ୍ଡ ୱେବ ଟାଟୁ’ କୁହାଯାଏ । ଏହି ସାଉଣ୍ଡ ୱେବ ଟାଟୁରେ ଏକ ଆପ୍ ଜରିଆରେ ଆପଣ ଶବ୍ଦ ଶୁଣିପାରିବେ । ଏହି ଟାଟୁ ସମ୍ପୂର୍ଣ୍ଣ ଅଲଗା ପ୍ରକାର ଅଟେ । ଏହି ପ୍ରକାର ଟାଟୁ କରିବା ପାଇଁ ସାଉଣ୍ଡ ଟ୍ରାକ୍ ଖୁବ୍ ସାବଧାନତା ସହକାରେ ଟାଟୁରେ ପକାଯାଏ । ଏହାପରେ ଯେତେବେଳେ ଆପଣ ସ୍କିନ୍ ମୋଶନ୍ ଆପ୍ ଉପରେ ସ୍କାନ୍ କରନ୍ତି, ଏଥିରୁ ସ୍ୱର ବାହାରିଥାଏ । ଏହି ଶବ୍ଦ କୌଣସି ମେସେଜ୍, ଗୀତ କିମ୍ବା କୋଡ୍ ୱାର୍ଡ ମଧ୍ୟ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ