ଯୁବକଙ୍କୁ ସୁକଳ୍ପିତ ହତ୍ୟା
ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରିରେ ଜଣେ ଯୁବକଙ୍କୁ ସୁପ୍ରର ସୁପର କଳ୍ପିତ ଭାବେ ହତ୍ୟା କରାଯାଇଛି।ହତ୍ୟା କାଣ୍ଡର ଶିକାର ହୋଇଛନ୍ତି ଉକ୍ତ ଗ୍ରାମର ଅକୃର ନାହାକ ବୟସ ୩୨।ଅକୃର ଗାଁ ଛକ ଚଉରା ପାର୍ଶ୍ବରେ ସୋଇଥିବା ବେଳେ କିଛି ଦୁବର୍ତ ଜାତିରେ ଆକ୍ରମଣ କରିବା ପରେ ତାଙ୍କ ଜଙ୍ଗ ଜୁ ହାଣି ଦେଇଥିଲେ। ଅକୃର ମରିଯିବା ପରେ ଶରୀରକୁ ଚଉରା ପାର୍ଶ୍ବରେ ଥିବା ପୋଖରୀ କୁ ଫିଙ୍ଗିଦେଈ ଫେରାର ହୋଇ ଯାଇଛନ୍ତି।ଶନିବାର ସନ୍ଧ୍ୟାରେ ଅକୃର ନିଜ ଘରେ ଖାଇ ଶୋଇବାକୁ ଚଉରା ପାର୍ଶ୍ବରେ ଶୋଇ ଥିଲେ।ଶୋଇଥିବା ଖବର ନେଇ କିଛି ଦୂର୍ବତ ଆସି ତାକୁ ଆକ୍ରମଣ କରିଛନ୍ତି ବୋଲି ପୋଲିସ ତାର ଅନୁମାନ କରିଛି।ଘଟଣା ସ୍ଥଳକୁ ଆସିକା ଏସ୍ଡିପିଓ ସୁର୍ଯ୍ୟମଣି ପ୍ରଧାନ ,ଶେରଗଡ଼ ଥନାଅଧିକାରୀ ରମେଶ ଚନ୍ଦ୍ର ଦାସ ସଦଲ ବଳେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।ଶେରଗଡ଼ ଥାନା କେଶ ନଂ ୪୬/୨୦ ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରିଛି।ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ତଦନ୍ତ ସାରି ଫେରିଛନ୍ତି।ପ୍ରାଥମିକ ତଦନ୍ତରୁ ହତ୍ୟା କରିବାନିମନ୍ତେ ଏକ ସୁକଳ୍ପିତ ଯୋଜନା ହୋଇଥାଇ ପାରେ ବୋଲି ଏସ୍ଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।ଶେରଗଡ଼ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି।ପୂର୍ବ ଶତ୍ରୁତା ଓ ଉକ୍ତ ହତ୍ୟାକାଣ୍ଡର ମୂଖ୍ୟ କାରଣ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରିଛି।ତଦନ୍ତ ଜାରି ରହିଛି ଅତିଶିଘ୍ର ହତ୍ୟାର କାରଣ ଓ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।


