ବୁଗୁଡା ବ୍ଲକ ଓ ଏନଏସି ରେ ୫୫୮ ଜଣ ସୁରାଟ ଫେରନ୍ତା, ଆହୁରି ପ୍ରାୟ ଏକ ହଜାର ଫେରିବେ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଓ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଶନିବାର ରାତ୍ରରୁ ରବିବାର ସନ୍ଧ୍ୟା ସୁଦ୍ଧା ସୁରାଟରୁ ବସରେ ମୋଟ ୫୫୮ ଜଣ ଫେରିଥିବା ବେଳେ ଏକ ହଜାରୁ ଉର୍ଦ୍ଧ୍ବ ଫେରିବାର ସମ୍ଭାବନା ରହିଛି।ବୁଗୁଡା ବ୍ଲକକୁ ଫେରିଥିବା ୪୪୫ ଜଣଙ୍କ ମଧ୍ୟରୁ ମାଣିତରା,ମକରାପଲ୍ଲୀ, ଚିଲିଖମା, ସୋଲଣ୍ଡି, ଗୋଳାବନ୍ଧ,ବି.କରଡ଼ାବାଡ଼ି,ଭାବସର ପ୍ରଭୃତି ଗ୍ରାମର ସ୍କୁଲ ଗୁଡିକରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା ପରେ ସଙ୍ଗରୋଧରେ ରଖା ଯାଇଛି। ସେହିପରି ବୁଗୁଡା ଏନଏସି କୁ ୧୧୩ ଜଣ ସୁରାଟ ଫେରାନ୍ତ ବିରଞ୍ଚୀନାରାୟଣ ପବ୍ଲିକ ସ୍କୁଲ, ଶୋଭନୀୟ ପବ୍ଲିକ ସ୍କୁଲ ଓ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଡାକ୍ତରୀ ପରୀକ୍ଷା ପରେ ସଙ୍ଗରୋଧରେ ରହିଛନ୍ତି। ଏହି ସମସ୍ତ ସୁରାଟ ଫେରନ୍ତା ବ୍ୟକ୍ତି ବୁଗୁଡା ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ