ପେପର୍ ଆର୍ଟରେ ଜୀବନ୍ତ ଚିତ୍ର

କାଗଜ ଡଙ୍ଗାଠୁ ଆରମ୍ଭ କରି, ଫୁଲ, ଛତା, ଉଡାଜାହାଜ ପରି ଅନେକ ପେପର୍ ଆର୍ଟ କରାଯାଇଥାଏ । ସେହି ସବୁକୁ ନେଇ ଏବେ ବିଭିନ୍ନ ପ୍ରକାର ପେପର୍ ଆର୍ଟ କରାଯାଉଛି । ଯାହା ଦେଖିବାକୁ ପୂରା ନିଆରା । ଜାପାନର ମାସ୍ଲୋ ଫୁକ୍ଡା ୨୫ ବର୍ଷ ଧରି କରିଆସୁଛନ୍ତି ଏହି ପେପର ଆର୍ଟ । ସେ ନିଜେ ହାତରେ କାଗଜକୁ ଭିନ୍ନ ଭିନ୍ନ ଶୈଳୀରେ କାଟି ଦିଅନ୍ତି ବିଭିନ୍ନ ଜୀବନ୍ତ ରୂପ । ସେ ବିଭିନ୍ନ ପ୍ରକାର ଫୁଲ, ମାଛ, ମୟୂର ଆଦି ପେପର ଆର୍ଟ କରନ୍ତି । ନିକଟରେ ଅକ୍ଟୋପସ ପେପର ଆର୍ଟ ତାଙ୍କର ହୋଇଛି ବେଶ୍ ଚର୍ଚ୍ଚିତ । ଏହାକୁ ଦେଖିଲେ ଲାଗେ ଯେ ଜୀବନ୍ତ ପରି । ଏହାକୁ ତିଆରି କରିବା ପାଇଁ ୨ ମାସ ସମୟ ଲାଗିଥିଲା । ଗୋଟିଏ ସିଙ୍ଗଲ ସିଟ୍ ଏ-୨ ପେପର କାଟି ସେଥିରେ ମୁଣ୍ଡ, ଆଖି, ବଙ୍କାଟଙ୍କା ଆଠଟି ଗୋଡ ତିଆରି କରିଛନ୍ତି । ସେ କହିଛନ୍ତି ଏହାକୁ ତିଆରି କରିବା ପାଇଁ ପେପର୍, କଟର୍ ଏବଂ ଭଲ ଆଲୋକ ବ୍ୟବସ୍ଥା ରହିଥିବା ଆବଶ୍ୟକ । ପେପର ଆର୍ଟର ଏହି କଳାକୁ ଜାପାନରେ କିରି ବୋଲି କୁହାଯାଏ । ଯେଉଁଥିରେ ଗୋଟିଏ ପେପରକୁ କାଟି ବିଭିନ୍ନ ଜୀବନ୍ତ ରୂପ ଦିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ