ଟ୍ରାଭେଲ୍ ଟିପ୍ସ୍…
ବ୍ୟାଗ୍ ପ୍ୟାକ୍ କରିବାବେଳେ ଏକ ଜ୍ୟାକେଟ୍ ମଧ୍ୟ କ୍ୟାରି କରନ୍ତୁ । ବାହାର ଦେଶରେ ରାତିରେ ଥଣ୍ଡା ଅନୁଭୂତ ହେଲା ବେଳେ ଏହାର ଆବଶ୍ୟକତା ପଡ଼ିପାରେ । ବିଦେଶରେ ସବୁବେଳେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ନଖାଇ ଷ୍ଟ୍ରିଟ୍ ଫୁଡ଼୍ ମଧ୍ୟ ଟ୍ରାଏ କରନ୍ତୁ । କାରଣ ଯେକୌଣସି ସ୍ଥାନର ସଂସ୍କୃତି ସେହିସ୍ଥାନର ଆଞ୍ଚଳିକ ଖାଦ୍ୟରୁ ହିଁ ଜଣାପଡ଼େ । ବୁଲିଯିବା ବେଳେ ସବୁବେଳେ ଟ୍ରାଭେଲ ଇନ୍ସ୍ୟୁରାନ୍ସ କରାଇନିଅନ୍ତୁ । କୌଣସି ଅସୁବିଧା ହେଲେ ଏହା ଦ୍ୱାରା ସାହାଯ୍ୟ ମିଳିଥାଏ । ଯେକୌଣସି ସ୍ଥାନକୁ ଯାଉଥାଆନ୍ତୁ ନା କାହିଁକି ସେଠାକାର ଲୋକଙ୍କୁ ସମ୍ମାନ ଦେବାକୁ ଆଦୌ ଭୁଲନ୍ତୁ ନାହିଁ । କାରଣ ଅସୁବିଧା ବେଳେ ସ୍ଥାନୀୟ ଲୋକ ହିଁ ବେଶି ସାହାଯ୍ୟ କରିଥାନ୍ତି । ବୁଲିବା ବେଳେ କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ଶାନ୍ତ ରୁହନ୍ତୁ । ଆଦୌ ଝଗଡ଼ା କିମ୍ବା ମାରପିଟ୍ କରନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପୁଲିସର ସହାୟତା ନିଅନ୍ତୁ । ଖରାରେ ବୁଲାବୁଲି କରିବା ବେଳେ ସନ୍ସ୍କିନ୍ ଲୋଶନ୍ ବ୍ୟବହାର କରନ୍ତୁ । ନୂଆ ଜାଗା ବୁଲିବା ବେଳେ ସେଠାରେ ଥିବା ସବୁ ପ୍ରକାର ଆଡଭେନ୍ଞ୍ଚରର ମଜା ନିଅନ୍ତୁ । ସବୁବେଳେ ଟ୍ରାଭେଲ୍ ବୁକ୍ ବ୍ୟବହାର ନକରି କିଛି ବୁଲିବା ଜାଗା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ମଧ୍ୟ ବୁଝନ୍ତୁ । ବୁଲିବାକୁ ଯିବା ବେଳେ ଛୋଟ ସୁଟ୍କେସ୍ କିଣନ୍ତୁ, ଏହା ଦ୍ୱାରା ଆପଣ କମ୍ ଜିନିଷ ନେବେ ।ସାଙ୍ଗରେ ଏକ୍ସଟ୍ରା ବ୍ୟାଙ୍କ କାର୍ଡ ଓ କ୍ରେଡିଟ୍ କାର୍ଡ ନିଅନ୍ତୁ । ବୁଲିବା ବେଳେ ଏହାର ଆବଶ୍ୟକତା ପଡ଼ିପାରେ । ବୁଲିବାକୁ ଯିବା ବେଳେ ସାଙ୍ଗରେ ମୋବାଇଲ୍ ଚାର୍ଜର ନେବାକୁ ଭୁଲନ୍ତୁ ନାହିଁ । ସବୁବେଳେ ୟୁଏସ୍ବି ଚାର୍ଜର ବ୍ୟାଗ୍ରେ ରଖନ୍ତୁ । ନିଜର ଫଟୋ ଉଠାଇବା ସହ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଫଟୋ ଉଠାନ୍ତୁ । ଭବିଷ୍ୟତରେ ଫଟୋ ହିଁ ଆପଣଙ୍କୁ ଏହି ଖୁସିର ମୁହୂର୍ତ୍ତ ମନେପକାଇବ ।


