ଗ୍ୟାସ ଉପଭୋକ୍ତା ଙ୍କୁ ଠକିବାରେ ଲାଗଛନ୍ତି ବିତରକ,ପ୍ରଶାସନ ପାଖରେ ଖବର ନାହିଁ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗ୍ୟାସ ଉପଭୋକ୍ତାଙ୍କୁ ଠକିବାରେ ଲାଗିଛନ୍ତି ବିତରକ ।ପୁଣି ସିଲିଣ୍ଡର ପିଛା ଲୁଟୁଛନ୍ତି ୫୦ ରୁ ୭୦ ଟଙ୍କା ।ଏ ନେଇ ଗ୍ରାହକ ମାନେ ପ୍ରତିବାଦ କଲେ ଗ୍ୟାସ ଦେଉ ନ ଥିବା ଅଭିଯୋଗ ହୋଇଛି ।କୋଭିଡ-୧୯ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାମ କିଛି ମାତ୍ରାରେ କମ୍ ହୋଇଥିବା ବେଳେ ଘର ପର୍ଯ୍ୟନ୍ତ ଗ୍ୟାସ ପହଞ୍ଚାଇବା ପାଇଁ ଅତିରିକ୍ତ ଟଙ୍କା ନ ମାଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।କିନ୍ତୁ ଆଜି ଗ୍ୟାସ୍ ର ଦାମ୍ ୬୦୮ ଟଙ୍କା ଥିବା ବେଳେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ଅଞ୍ଚଳରେ ୬୫୦ରୁ ୬୬୦ ଟଙ୍କା ଲେଖାଏଁ ନେଉଥିବା ବହୁ ଗ୍ରାହକ ଅଭିଯୋଗ କରିଛନ୍ତି ।ଏ ନେଇ ବେଲଗୁଣ୍ଠା ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ଉପଭୋକ୍ତାଙ୍କ ଠାରୁ ଅଧିକ ଟଙ୍କା ନେବା ବେଆଇନ ବୋଲି ପ୍ରକାଶ କରିବା ସହ ବେଲଗୁଣ୍ଠା ବ୍ଳକ୍ ର ପାଇଲିପଡାଠାରେ ଏଚ୍.ପି ଗ୍ୟାସ୍ ର ବିତରଣ କେନ୍ଦ୍ର ଏବଂ ବେଳଗୁଣ୍ଠା ନିକଟସ୍ଥ ସୁତୁମୁସର ଠାରେ ଇଣ୍ଡେନ ଗ୍ୟାସ୍ ର ବିତରଣ କେନ୍ଦ୍ର ରହିଛି ।ଗୋବରା ଠାରେ ଇଣ୍ଡେନ ଗ୍ୟାସ ବିକ୍ରି ପାଇଁ କାହାକୁ ଅନୁମୋଦନ ମିଳି ନ ଥିବା ରୁ ଭଞ୍ଜନଗର ଇଣ୍ଡେନ ଗ୍ୟାସ୍ ଡିପୋରୁ ଉପଭୋକ୍ତାଙ୍କ ଗ୍ୟାସ୍ ଆଣି କୌଣସି ବ୍ୟକ୍ତି ଚଢ଼ା ଦରରେ ବିକ୍ରି କରୁଥିବା ସନ୍ଦେହ କରୁଛନ୍ତି ବୋଲି ପ୍ରକାଶ କରିଥିଲେ ।ଏ ନେଇ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ