ବେଙ୍ଗାଲୁରରୁ ଫେରିଲେ ପୁଣି ଏକ ପ୍ରବାସୀ ଓଡିଅ।
ମୋହନା, (ଅଂଶୁମାନ ପଣ୍ଡା): ରାଜ୍ୟ ସରକାରଙ୍କ ମିଳିତରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗତକାଲି ସକାଳ ୯ଟା ସମୟରେ ୨ଟି ବସ୍ ଯୋଗେ ଜଗନ୍ନାଥପୁର ଠାରୁ ୩୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ଆଣି ଲୁହାଗୁଡି ସ୍ଥିତ ବାଳିକା ବିଦ୍ୟାଳୟରେ ରଖାଯାଇଥିଲା । ପୁଣି ରାତିରେ ବେଙ୍ଗାଲୁରରୁ ଟ୍ରେନ୍ ଯୋଗେ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇଥିବା ଗଜପତି ଜିଲ୍ଲାର ଆଉ ଜଣେ ପ୍ରବାସୀ ଓଡିଶାକୁ ରାୟଗଡ଼ା ଯାଉଥିବା ବସ୍ରେ ସନ୍ଧ୍ୟା ୭ଟାରେ ଅଣାଯାଇ କମଳାପୁର ପାଖରେ ଓହ୍ଲାଇ କ୍ୱରାଂଟାଇନ ରୁମରେ ରଖାଯାଇଛି । ତାଙ୍କୁ ଆଣିବା ସମୟରେ ବିଡ଼ିଓ ବଂଶିଧର ଖୋସଲା, ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ ।


