ଗୁଣି ସନ୍ଦେହ : କାତିରେ ଗଳା କାଟି ବୃଦ୍ଧଙ୍କୁ ହତ୍ୟାଅଭିଯୁକ୍ତଙ୍କ ହିଂଜିଳି ଥାନାରେ ଆତ୍ମସମର୍ପଣ

ଘଟଣା ସ୍ଥଳରେ ମୃତ କୃଷ୍ଣ, ଅଭିଯୁକ୍ତ ମୁରଲି, ହତ୍ୟାରେ ବ୍ୟବହୃତ କାତି
ଘଟଣା ସ୍ଥଳରେ ମୃତ କୃଷ୍ଣ, ଅଭିଯୁକ୍ତ ମୁରଲି, ହତ୍ୟାରେ ବ୍ୟବହୃତ କାତି

ହିଂଜିଳିକାଟୁ, (ଶେଷଦେବ ସାହୁ): ଗୁଣି କରି ଜୈନିକ ବ୍ୟକ୍ତିଙ୍କ ଝିଅକୁ ମାରି ଦେଇଥିବା ସନ୍ଦେହ କରି ବ୍ୟକ୍ତି ଜଣକ ମଙ୍ଗଳବାର ସକାଳେ ଜୈନିକ ବୃଦ୍ଧଙ୍କ ଗଳାକୁ କାତିରେ କାଟି ହତ୍ୟା କରିଛି । ଏଭଳି ଏକ ଲୋମହର୍ଷକାରୀ ଘଟଣା ମଙ୍ଗଳବାର ପୂର୍ବାହ୍ନରେ ହିଂଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ଡ଼ି. ପାଟପୁର ଗ୍ରାମରେ ଘଟିଛି । ହତ୍ୟାର ଶିକାର ପାଲଟିଛନ୍ତି ହିଂଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ଡ଼ି. ପାଟପୁର ଗ୍ରାମର କୃଷ୍ଣ ପ୍ରଧାନ (୭୦) । ହତ୍ୟା କରିଥିବା ବ୍ୟକ୍ତି ଜଣକ ସଂପୃକ୍ତ ଗ୍ରାମର ମୁରଲି ପ୍ରଧାନ । ହତ୍ୟା କରିବା ପରେ ମୁରଲି ହତ୍ୟାରେ ବ୍ୟବହୃତ ରକ୍ତଭିଜା କାତି ସହ ହିଂଜିଳି ଥାନାରେ ଆତ୍ମସମର୍ପଣ କରିଛନ୍ତି । ଏ ନେଇ ପୁରୁଷୋତମପୁର ଥାନା ନଂ- ୧୪୨/୧୯ ରେ ଏମକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଯାଇଥିବା ନେଇ ପୁରୁଷୋତମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି । ।
ଥାନା ସୁତ୍ରରୁ ପ୍ରକାଶ ଯେ, ଗତ କିଛି ବର୍ଷ ପୂର୍ବେ ହିଂଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ଡ଼ି. ପାଟପୁର ଗ୍ରାମର କୃଷ୍ଣ ପ୍ରଧାନ ସଂପୃକ୍ତ ଗ୍ରାମର ମୁରଲି ପ୍ରଧାନଙ୍କ ଝିଅକୁ ମାରି ଦେଇଥିଲେ । ପୁଣି କିଛି ଦିନ ପରେ ମୁରଲିଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବହୁ ଡ଼ାକ୍ତରଖାନାରେ ଚିକିତ୍ସା କରାଇବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନଘଟିବାରୁ ତନ୍ତ୍ର ମନ୍ତ୍ରର ସହାୟତା ନେବା ପରେ ଗୁଣିଆ ହୋଇଥିବା ଜାଣି ପାରିଥିଲେ । ଗ୍ରାମର କୃଷ୍ଣ ଗୁଣ ବିଦ୍ୟା କରୁଥିବା ସନ୍ଦେହ କରୁଥିଲେ ମୁରଲି । କୃଷ୍ଣ ଗ୍ରାମରେ ଗୁଣି କରୁଥିବା ନେଇ ମୁରଲି ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଝିଅ ମୃତ୍ୟୁର ପ୍ରତିଷୋଧ ନେବାକୁ ସ୍ଥିର କରିଥିଲେ ମୁରଲି । ପରିଶେଷରେ ଯୋଜନା ମୁତାବକ ମଙ୍ଗଳବାର ସକାଳେ କୃଷ୍ଣ ଧାନବିଲକୁ ଆସୁଥିବା ବେଳେ ଗ୍ରାମ ନିକଟସ୍ଥ ସୋରନାଳ ଅମରିଗଛ ବୁଦା ମୂଳେ ଛକି ରହିଥିବା ମୁରଲି ଏକ କାତି ସାହାର୍ଯ୍ୟରେ କୃଷ୍ଣଙ୍କ ଗଳା କାଟି ହତ୍ୟା କରିଥିଲେ । ହତ ୍ୟା କରିବା ପରେ ହତ୍ୟାରେ ବ୍ୟବହୃତ କାତିକୁ ସଙ୍ଗରେ ନେଇ ହିଂଜିଳି ଥାନାରେ ଆତ୍ମ ସମପଁଣ କରିଥିଲେ । ହିଂଜିଳି ପୁଲିସ ଘଟଣା ନେଇ ପୁରୁଷୋତମପୁର ଥାନାକୁ କୁ ଖବର ଦେବାପରେ ଘଟଣା ସ୍ଥଳରେ ପୁରୁଷୋତମପୁର ପୁଲିସ ପଂହଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ । ପରେ ହିଂଚିଳି ଥାନାକୁ ଆସି ଆତ୍ମ ସମର୍ପଣ କରିଥିବା ମୁରଲିକୁ ଗିରାଫ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ