ଭଞ୍ଜନଗରରେ ପହଁଚିଲେ ୪୮ ଜଣ ପ୍ରବାସୀ ଓଡ଼ିଆ

ଭଞ୍ଜନଗର, ( ସନ୍ତୋଷ କୁମାର ଜେନା): ଗତକାଲି ସନ୍ଧ୍ୟା ୭ ଟା ବେଳେ ଜଗନ୍ନାଥପୁର ରେଳ ଷ୍ଟେସନ ରୁ ୨ଟି ବସ ପ୍ରବାସୀ ସୁରତ ଫେରନ୍ତା ଓଡ଼ିଆ ଙ୍କ ଧରି ସନ୍ଧ୍ୟା ୭ ଟା ରେ ଭଞ୍ଜନଗର ରେ ପହଁଚିଛି। ଏ ନେଇ ଭଞ୍ଜନଗର ଗୋଷ୍ଟି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯେ ୨ଟି ବସ ରେ ମୋଟ ୪୮ ଜଣ ଆସିଛନ୍ତି ଓ ସମସ୍ତ ପ୍ରବାସୀ ଓଡ଼ିଆ ମାନକୁ ସାନକୋଦଣ୍ଡା ପଂଚାୟତ ର ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟ ରେ ହୋଇଥିବା ସଂଘରୋଧ କେନ୍ଦ୍ର ରଖାଯାଇଛି।ଖବର ଲେଖାହେବା ସୁଦ୍ଧା ୨ଟି ବସ ଆସି ପହଞ୍ଚି ଥିବା ବେଳେ ଆହୁରି ୭ ଟି ବସ ରେ ଆଜି ରାତି ସୁଦ୍ଧା ୨୫୦ ଜଣ ପ୍ରବାସୀ ଙ୍କୁ ନେଇ ଭଞ୍ଜନଗର ରେ ପହଞ୍ଚିବାର୍ ଅଛି ଓ ସମସ୍ତ ଙ୍କୁ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟ ସଂଘରୋଧ କେନ୍ଦ୍ର ରଖାଯିବ ବୋଲି ବିଡ଼ିଓ ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ବାହାଡ଼ାପଦର ସଂଘରୋଧ କେନ୍ଦ୍ର ରେ ପ୍ରବାସୀ ଓଡ଼ିଆ ପହଂଚିବା ପରେ ପୁରା ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ