ବିଶାଖାପାଟନମ୍ ଗ୍ୟାସ୍‌ ଲିକ୍ ଘଟଣା : ମୃତକଙ୍କ ପରିବାରକୁ ୧କୋଟି ଟଙ୍କାର ସହାୟତା ଘୋଷଣା

ବିଶାଖାପାଟନମ୍‌: ବିଶାଖାପାଟନମ୍‌ ଗ୍ୟାସ୍ ଲିକ୍ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଜଗନମୋହନ ରେଡ୍ଡି। ଏଥିସହିତ ଗ୍ୟାସ୍‌ ଲିକ୍‌ ଘଟଣାରେ ପୀଡ଼ିତଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ସୂଚନା ରହିଛି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପରେ ମୁଖ୍ୟମନ୍ତ୍ରୀ ଜଗନମୋହନ ବିଶାଖାପାଟନମ୍‌ରେ ପହଞ୍ଚି କିଙ୍ଗ ଜର୍ଜ ହସ୍ପିଟାଲ ଗସ୍ତ କରିବା ସହିତ ଅସୁସ୍ଥଙ୍କୁ ଭେଟିବା ସହିତ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ଲାଗି ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି।
ଗୁରୁବାର ରାତ୍ରି ୨.୩୦ ମିନିଟ୍‌ ସମୟରେ ଏଲ୍‌ଜି ପଲିମର୍‌ କ୍ୟାମିକାଲ୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଶାଖାପାଟନମ୍‌ ଏଲ୍‌ଜି ପଲିମର୍ସ ପ୍ଲାଣ୍ଟ ଗ୍ୟାସ୍ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ଛୁଇଁଛି । ଶତାଧିକ ଅସୁସ୍ଥ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ